ଖୋଲୁଛି ଗୋବିନ୍ଦ ପାପ ର ପେଡି

ମମିତା ମେହେର ଙ୍କ ପୂର୍ବରୁ ରାଜେଶ୍ୱରୀ ! ମମିତା ହତ୍ୟାକାରୀ ଗୋବିନ୍ଦ ସାହୁ ର ପାପର ପେଡି ଧୀରେ ଧୀରେ ଖୋଲୁଛି I ମମିତା ମେହେର ପୂର୍ବରୁ ଆଉ ଦୁଇ ଛାତ୍ରୀ ଙ୍କୁ ହତ୍ୟା କରାଯାଇଥିବା ନେଇ ଏବେ ଅଭିଯୋଗ ହେଉଛି I
ମୋତିଲାଲ ନାଏକ ଙ୍କ ଅଭିଯୋଗ ଅନୁସାରେ ୨୦୦୨ ମସିହାରେ ସେ ସନସାଇନ ପବ୍ଲିକ ସ୍କୁଲ ରେ ଇଂରାଜୀ ଶିକ୍ଷକ ଥିଲେ I ସେହି ସମୟରେ ତାଙ୍କ ଝିଅ ରାଜେଶ୍ୱରୀ ଉକ୍ତ ସ୍କୁଲ୍ ରେ ୮ମ ଶ୍ରେଣୀରେ ପଢୁଥିଲେ I ସେ ସମୟରେ ମଧ୍ୟ ଗୋବିନ୍ଦ ର ଏଇଭଳି ଅନେକ ପରାଧୀକ କାର୍ଯ୍ୟ କଳାପ ଚାଲୁଥିଲା ଏହାର ମୁକସାକ୍ଷୀ ଥିଲେ ମୋତିଲାଲ I ସେ ସମୟରେ ମଧ୍ୟ ସ୍କୁଲ ର ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ବଡ଼ ବଡ଼ ଅଫିସର ନେତାମନ୍ତ୍ରୀ ଙ୍କ ପାଖକୁ ପଠାଉଥିଲା ଗୋବିନ୍ଦ I ଏପରିକି କିଛି ଛାତ୍ରୀ ଙ୍କ ର ଗର୍ଭପାତ ମଧ୍ୟ କରାଇଥିବା କହିଛନ୍ତି ମୋତିଲାଲ I ସେ ସମୟରେ ସ୍କୁଲ ଥିଲା ଏକ ରଂଗଶାଳା ଏହାକୁ ବିରୋଧ କରିବାରୁ ମୋତୀଲାଲଙ୍କ ଝିଅ ରାଜେଶ୍ୱରୀ ଙ୍କୁ ଗୋବିନ୍ଦ ଟ୍ରାକଟର ଚଢାଇ ହତ୍ୟା କରିଥିବା କହିଛନ୍ତି I ସେତେବେଳେ ନ୍ୟାୟ ପାଇବା ପାଇଁ ନେତା ମନ୍ତ୍ରୀ ପୋଲିସ ସମସ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ମୋତିଲାଲ କିନ୍ତୁ ନିରାଶ ହୋଇଥିଲେ I ଗୋବିନ୍ଦ ର ଏହି କଳା କାର୍ନାମା ବିଷୟରେ ତା ବାପା ଜାଣି ଯିବା ପରେ ଏଥିରୁ ଦୁରେଇ ରହିବାକୁ ତାକୁ ସତର୍କ କରିଥିଲେ ଏଥିପାଇଁ ଉଭୟ ଙ୍କ ମଧ୍ୟରେ ଅନେକ ବାର ହୋଇଥିଲା ଝଗଡା I
ସେହିପରି ଗତ କିଛି ବର୍ଷ ତଳେ ଉକ୍ତ କଲେଜ ରୁ ଦୁଇ ଛାତ୍ରୀ ଆଜିଯାଏ ନିଖୋଜ ଅଛନ୍ତି I କିନ୍ତୁ ତାଙ୍କ ପରିବାର ମଧ୍ୟ ଏ ସମ୍ପର୍କରେ ଅଭିଯୋଗ ନ କରିବାର କାରଣ କଣ ବୁଝାପଡୁନି I ସେମାନଙ୍କୁ ମଧ୍ୟ ଗୋବିନ୍ଦ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ବୋଲି ପ୍ରଶ୍ନ ଉଠୁଛି Iଏଣୁ ଏହି ଘଟଣାର ତଦନ୍ତ ହେଉ ବୋଲି ଅଂଚଳ ବାସୀ ଦାବି କରୁଛନ୍ତି I

ସୂଚନା ଥାଉକି ମହାଲିଙ୍ଗ ର ସନସାଇନ ଇଂଲିଶ ମିଡିୟମ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ମମିତା ମେହେର ଙ୍କୁ ଗତ ଅକ୍ଟୋବର ୮ ତାରିଖ ଦିନସ୍କୁଲ ରେ ମିଟିଂ ଅଛି କହି ଡ଼କାଇଥିଲା ସ୍କୁଲ ମାଲିକ ଗୋବିନ୍ଦ ସାହୁ I ଏହାପରଠାରୁ ମମିତା ନିଖୋଜ ଥିଲେ ଏସମ୍ପର୍କରେ ପରିବାର ଲୋକେ କ. ଗାଁ ଥାନାରେ ଏତଲା ଦେଇଥିଲେ ମଧ୍ୟ ଥାନାରେ ତାଙ୍କ ଏତଲା ଗ୍ରହଣ କରାନଯାଇ ତାଙ୍କୁ ଫେରାଇ ଦିଆଯାଇଥିଲା I ଏହାପରେ ସେମାନେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ ଏହା ବାଦ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରିଥିଲା I ଶେଷରେ ଗୋବିନ୍ଦକୁ ଆଣି ଟିଟିଲାଗଡ଼ ପୋଲିସ ବାରାକ ରେ ରଖିଥିଲେ ,ଯେଉଁଠାରୁ କି ସେ ପାଚେରୀ ଡେଇଁ ଚମ୍ପଟ ମାରିଥିଲା I ଏହା ପରେ ଲୋକ ଙ୍କ ଆକ୍ରୋଶ କୁ ଦେଖି ଗୋବିନ୍ଦକୁ ସ୍ଥାନୀୟ ଆଖୁ ବାଡ଼ି ରୁ ଗିରଫ କରାଯାଇଥିଲା I ଏହାପରେ ସେ ସ୍ୱୀକାର କରିଥିଲା ଯେ ତାର ଅପକର୍ମର ଗୁମର ମମିତା ଜାଣି ଯାଇଥିବାରୁ ତାଙ୍କୁ ହତ୍ୟାକରୀ ପୋଡିଦେଇ ମାଟି ତଳେ ପୋତି ଦେଇଥିଲା I ଶୁକ୍ରବାର ଭୋର ୪.୧୪ ମିନିଟ ରେ ମହାଲିଙ୍ଗ ଷ୍ଟାଡିୟମ ରେ ପୋଲିସ ସାମ୍ନାରେ ଏହାର ଡେମୋ ଦେଖାଇଥିଲା ଗୋବିନ୍ଦ I

Comments (0)
Add Comment