ବାତ୍ୟା ପାଇଁ ‘ରବିବାର’ ଛୁଟି ନେଇ ପାରିବେନି ସରକାରୀ କର୍ମଚାରୀ

ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଂଚଳ ର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ରବିବାର ଛୁଟି କୁ ବାତିଲ କରାଯାଇଛି I ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ଏହି ନିର୍ଦ୍ଦେଶନାମା ଅନୁସାରେ ଆସନ୍ତା ରବିବାର ସାପ୍ତାହିକ ଛୁଟିକୁ ବାତିଲ୍ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଏହି ଦିନ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଛୁଟିରେ ଥିବା କର୍ମଚାରୀଙ୍କୁ ଛୁଟି ବାତିଲ୍ କରି ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାରେ ପରିଣତ ହୋଇ ୩ ତାରିଖ ସନ୍ଧ୍ୟା ରୁ ରାଜ୍ୟ ର କିଛି ଅଂଚଳ ରେ ଝିପି ଝିପି ବର୍ଷା ଆରମ୍ଭ ହେଇ ଯାଇଛି I ଆଉ ଏହି ବର୍ଷା ମଧ୍ୟ ରାତ୍ର ରୁ ବଢିବାର ସମ୍ଭାବନା ରହିଥିବା ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଆଇଏମ୍‌ଡିର ସୂଚନା ଆଧାରରେ ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ‘ଜୱାଦ’ ପୁରୀ ଜିଲ୍ଲାରେ ଉପକୂଳ ଛୁଇଁପାରେ। ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ। ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା। ଯଦି ଅଧିକ ଦିଗ ବଦଳାଏ, ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ। ଏହା ସ୍ଥଳ ଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲିଯାଇପାରେ। ବାତ୍ୟାର ପ୍ରଭାବ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ରହିବ ବୋଲି ଏସ୍‌ଆର୍‌ସି କହିଛନ୍ତି।

Comments (0)
Add Comment