ପୋଷ୍ଟ ଅଫିସର ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏହି ଅପୂର୍ବ ସୁବିଧା ର ଲାଭ ଉଠାନ୍ତୁ

ଯଦି ଆପଣ ଡାକଘର ଆକାଉଣ୍ଟ ହୋଲଡ଼ର ହୋଇଥାନ୍ତି ,ଆପଣଙ୍କ ପାଇଁ ଆସିଛି ଖୁସି ର ଖବର I ଯାହାକି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର ହୋଇପାରେ I ବର୍ତ୍ତମାନ ଡାକଘରେ ଥିବା ଆକାଉଣ୍ଟଧାରୀମାନେ ଇ-ଫୋଂଡ଼ ବା ଅନଲାଇନ ରେ ଟଙ୍କା ଟ୍ରାନ୍ସ୍ଫର କରିପାରିବେ I ଏଥିପାଇଁ ମେ ୧୭ ରେ ଡାକ ବିଭାଗ ଦ୍ୱାରା ଜାରି କରାଯାଇଥିବା ନୋଟିସ ରେ କୁହାଯାଇଛି ଯେ NEFT ଏବଂ RTGS ର ସୁବିଧା ଆରମ୍ଭ ହେଉଛି।

ସର୍କୁଲାର ଆଧାରରେ, NEFT ର ସୁବିଧା ମେ ୧୮ ରୁ ଆରମ୍ଭ ହୋଇଛି I ଏଥି ସହିତ, RTGS ର ସୁବିଧା ଆସନ୍ତା ୩୧ ମଇ ୨୦୨୨ ରୁ ଉପଲବ୍ଧ ହେବ Iଏହା ଦ୍ଵାରା , ବର୍ତ୍ତମାନ ଡାକଘର ଗୁଡିକ ଗ୍ରାହକଙ୍କୁ ଟଙ୍କା ପଠାଇବା ପୂର୍ବ ଅପେକ୍ଷା ସହଜ ହେବ I ସର୍କୁଲାରରେ ଏହା ମଧ୍ୟ କୁହାଯାଇଛି ଯେ RTGS ର ସୁବିଧା ବିଷୟରେ ପରୀକ୍ଷା ଚାଲିଛି I ଏଭଳି ପରିସ୍ଥିତିରେ ୩୧ ମେ ୨୦୨୨ ରେ ଏହି ସୁବିଧା ଆରମ୍ଭ ହେବ ବୋଲି ଆଶା କରାଯାଉଛି I

ଆସନ୍ତୁ ଜାଣିବା NEFT ଏବଂ RTGS କ’ଣ?
NEFT ଏବଂ RTGS ମାଧ୍ୟମରେ, ଆପଣ ନିଜ ଆକାଉଣ୍ଟରୁ ଯେ କୌଣସି ଅନଲାଇନ ରେ ଟଙ୍କା ଟ୍ରାନ୍ସ୍ଫର କରିପାରିବେ NEFT ରେ ଟଙ୍କା ଟ୍ରାନ୍ସ ଫର କରିବାର କୌଣସି ସୀମା ନାହିଁ, ଯେତେବେଳେ କି RTGS ରେ, ଏକ ସମୟରେ ଅତି କମରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଯାଇପାରିବ I ସେହିଭଳି NEFT ଅପେକ୍ଷା RTGS ରେ ଟଙ୍କା ଶୀଘ୍ର ପହଞ୍ଚେ I ଆସନ୍ତୁ ଆପଣଙ୍କୁ କହିବା ଯେ ଏହି ସେବା 24 × 7 × 365 ହେବ ଇ କେତେ ଚାର୍ଜ ହେବ |
ତେବେ ଆପଣଙ୍କୁ ୧୦ ,୦୦୦ ଟଙ୍କା ପର୍ଯ୍ୟନ୍ତ NEFT ପାଇଁ ଆପଣଙ୍କୁ ୨ .୫୦ ଟଙ୍କା ଜିଏସ୍ଟି ଦେବାକୁ ପଡିବ I ୧୦ ହଜାରରୁ ଏକ ଲକ୍ଷ ଟଙ୍କା ପାଇଁ ଏହି ଚାର୍ଜ ୫ ଟଙ୍କା +ଜିଏସ୍ଟିକୁ ଦେବାକୁ ପଡିବ I ଏହା ବ୍ୟତୀତ ୨ ଲକ୍ଷ ପର୍ଯ୍ୟନ୍ତ ହେଲେ ୧୫ ଟଙ୍କା + ଜିଏସ୍ଟି ଏବଂ 2 ଲକ୍ଷରୁ ଅଧିକ ରାଶି ପାଇଁ ୨୫ ଟଙ୍କା + ଜିଏସ୍ଟି ଦେବାକୁ ପଡିବ I