କ୍ରିଏଟର୍ସମାନଙ୍କ ପାଇଁ ଖୁସି ଖବର ; ଜଣାନ୍ତୁ ହ୍ବାଟସଆପ୍ କୁ ଆସିଲା କି କି ଫିଚର ?

ନୂଆଦିଲ୍ଲୀ: ହ୍ବାଟସଆପ୍ ହେଉଛି ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍ । ଏହାର କୋଟି କୋଟି ଉପଭୋକ୍ତାଙ୍କ ସୁବିଧା ପାଇଁ, କମ୍ପାନୀ ନୂଆ ନୂଆ ଅପଡେଟ ଓ ଫିଚର ଆଣିବାରେ ଲାଗିଛି । ଏହା କମ୍ପାନୀର ସର୍ବଶେଷ ତଥା ଲୋକପ୍ରିୟ ଫିଚର ଚ୍ୟାନେଲ ଯାହାକି କିଛି ମାସ ପୂର୍ବରୁ ଲଞ୍ଚ କରାଯାଇଛି । ଏହାକୁ ଉନ୍ନତ କରିବା ପାଇଁ ହ୍ବାଟସଆପ୍ କ୍ରମାଗତ ଭାବରେ ଅପଡେଟ୍ ଦେଉଛି । କମ୍ପାନୀ ବର୍ତ୍ତମାନ ଏଥିରେ ଏକ ନୂଆ ଫିଚର ଯୋଡିଛି ଯାହା କ୍ରିଏଟର୍ସମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ।

ହ୍ବାଟସଆପ୍ ବର୍ତ୍ତମାନ ଚ୍ୟାନେଲରେ ମେସେଜ୍ ଏଡିଟିଂର ସୁବିଧା ପ୍ରଦାନ କରିଛି । ଚ୍ୟାନେଲ କ୍ରିଏଟର୍ସମାନେ ଏହି ଫିଚର ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ । ହ୍ବାଟସଆପ୍ ଫିଚର ରିଲିଜ ବିଷୟରେ ସୂଚନା ହ୍ବାଟସଆପ୍ ଚ୍ୟାନେଲ ମାଧ୍ୟମରେ ଦେଇଛି । ହ୍ବାଟସଆପ୍ ର ଏହି ଏଡିଟିଂ ଫିଚର ତାର କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବାକୁ ଯାଉଛି ।

ଅଦ୍ୟାବଧି ହ୍ବାଟସଆପ୍ ଚ୍ୟାନେଲରେ ପଠାଯାଇଥିବା ହ୍ବାଟସଆପ୍ ମେସେଜ୍ ଏଡିଟ୍ କରିବା ପାଇଁ କୌଣସି ସୁବିଧା ନଥିଲା, ଏପରି ପରିସ୍ଥିତିରେ ଯଦି କୌଣସି ଭୁଲ ବାର୍ତ୍ତା ପଠାଯାଇଥାଏ ତେବେ ଆପଣ ଏହାକୁ ସଂଶୋଧନ କରିପାରୁନଥିଲେ, କିନ୍ତୁ ବର୍ତ୍ତମାନ କୌଣସି ତ୍ରୁଟି ହେଲେ ଆପଣ ସହଜରେ ଆପଣଙ୍କ ମେସେଜକୁ ଏଡିଟ କରି ସଂଶୋଧନ କରିପାରିବେ । ବର୍ତ୍ତମାନ ଆପଣ କୌଣସି ଚିନ୍ତା ନକରି ମେସେଜ କରିପାରିବେ ।

ହ୍ବାଟସଆପ୍ ଚ୍ୟାନେଲର ଏଡିଟ୍ ମେସେଜ୍ ଫିଚରରେ କମ୍ପାନୀ ବହୁତ ଲମ୍ବା ସମୟ ଦେଇଛି । ଆପଣ ଯେକୌଣସି ମେସେଜ କୁ ୩୦ ଦିନ ପର୍ଯ୍ୟନ୍ତ ଏଡିଟ କରିପାରିବେ । ତେବେ ଜାଣି ରଖନ୍ତୁ ଯେ, ପୂର୍ବରୁ ଯଦି ଆପଣ ହ୍ବାଟସଆପ୍ ରେ ଏକ ମେସେଜ ଭୁଲ୍ ଟାଇପ କରୁଥିଲେ, ତେବେ ଆପଣ ତାହାକୁ ସଂଶୋଧନ କରିବାକୁ ମାତ୍ର ୧୫ ମିନିଟ୍ ସମୟ ପାଉଥିଲେ, ହେଲେ ଏବେ ଆପଣ ୩୦ ଦିନ ଭିତରେ ଭୁଲ ମେସେଜକୁ ଏଡିଟ କରିପାରିବେ ।