ଖାଉଟିଙ୍କ ପାଇଁ ଖୁସି ଖବର : ଶସ୍ତା ହୋଇଯିବ ଟମାଟୋ

ନୂଆଦିଲ୍ଲୀ : ଦେଶରେ ଟମାଟୋର ମୂଲ୍ୟ ଏବେ ବି ଉଚ୍ଚ ସ୍ତରରେ ରହିଛି । ଦେଶର ଅଧିକାଂଶ ସ୍ଥାନରେ ଟମାଟୋ 150 କିଲୋଗ୍ରାମରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଏଭଳି ପରିସ୍ଥିତିରେ ସରକାର ଟମାଟୋର ମୂଲ୍ୟ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଟମାଟୋର ମୂଲ୍ୟ ହ୍ରାସ କରିବା ପାଇଁ ନ୍ୟାସନାଲ କୋପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନସିସିଏଫ୍) ଏକ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛି । ଯାହାଦ୍ୱାରା କି ଟମାଟୋର ମୂଲ୍ୟ ହ୍ରାସ ପାଇବ ।

ଟମାଟୋ ମୂଲ୍ୟକୁ ଆହୁରି ହ୍ରାସ କରିବା ଉଦ୍ଦେଶ୍ୟରେ ନ୍ୟାସନାଲ କୋପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନସିସିଏଫ୍) ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳରେ (ଏନସିଆର) ପ୍ରାୟ 60 ଟନ୍ ଟମାଟୋ ପକାଇବାକୁ ପ୍ରସ୍ତୁତ ହେଉଛି। ଏଥିରେ ନେପାଳରୁ 10 ଟନ୍ ଟମାଟୋ ମଧ୍ୟ ଆମଦାନୀ ହେବ । ସୂଚନାଯୋଗ୍ୟ ଯେ, ଜୁଲାଇର ଶେଷ ସପ୍ତାହରୁ ଟମାଟୋର ମୂଲ୍ୟ ପୁଣି ବଢିବା ପରେ ଏହି ପଦକ୍ଷେପ ନିଆଯାଇଛି ।

ଚଳିତ ବର୍ଷ ଅଦିନିଆ ବର୍ଷା ହେତୁ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ଟମାଟୋ କ୍ରୟ ଏବଂ ଯୋଗାଣରେ ବାଧା ଘଟିଛି। ଜୁଲାଇ 23 ରେ ଖୁଚୁରା ବଜାରରେ ଟମାଟୋର ଭାରତର ହାରାହାରି ମୂଲ୍ୟ 116.73 ଟଙ୍କାକୁ ହ୍ରାସ ପାଇ 24 ଜୁଲାଇରୁ ପୁନର୍ବାର ବୃଦ୍ଧି ପାଇବାରେ ଲାଗିଲା । ସରକାରୀ ତଥ୍ୟ ଅନୁଯାୟୀ, ଗତକାଲି ଟମାଟୋର ମୂଲ୍ୟ 124.43 ଟଙ୍କା ଥିଲା। ସମଗ୍ର ଦେଶରେ ଟମାଟୋ ମୂଲ୍ୟ ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ଯୋଗାଣରେ ବାଧା ସୃଷ୍ଟି ହେବା । ପ୍ରବଳ ଉତ୍ତାପ ଏବଂ ଅଦିନିଆ ବର୍ଷା ହିମାଚଳ ପ୍ରଦେଶ ସମେତ ଅନେକ ସ୍ଥାନରେ ଟମାଟୋ ଫସଲକୁ ନଷ୍ଟ କରିଦେଇଛି । ଜୁଲାଇ ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ହେତୁ କ୍ଷେତରେ ଥିବା ଫସଲ ନଷ୍ଟ ହୋଇଯାଇଛି ଯାହା ଯୋଗାଣକୁ ପ୍ରଭାବିତ କରିଛି।

ନସିସିଏଫର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ, ଅଗଷ୍ଟ 15 ପୂର୍ବରୁ ସେମାନେ ଦିଲ୍ଲୀ ଏନସିଆରରେ 70 ଟି ଭ୍ୟାନ୍ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି ଏବଂ 10 ରୁ 15 ଟନ୍ ତୁଳନାରେ ଏକ ସପ୍ତାହରେ ପ୍ରାୟ 60 ଟନ୍ ଟମାଟୋ ବିକ୍ରି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଲାଇଭ ମେଣ୍ଟର ରିପୋର୍ଟ ଅନୁଯାୟୀ ନେପାଳରୁ ଆମଦାନୀ ହୋଇଥିବା ଟମାଟୋକୁ ଲକ୍ଷ୍ନୌ, କାନପୁର ଏବଂ ବାରାଣାସୀ ବଜାରକୁ ମଧ୍ୟ ପଠାଯିବ।