ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ଜିତିଲେ ରୌପ୍ୟ ପଦକ ଜିତିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା,ପ୍ରଧାନ ମନ୍ତ୍ରୀ ଙ୍କ ଶୁଭେଚ୍ଛା

ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ରୌପ୍ୟ ପଦକ ଜିତିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା I ସେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି। ବିଶ୍ୱର ଏକ ନମ୍ବର ପିଟର୍ସ ୯୦ ଦଶମିକ ୫୪ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମରୁ ଚତୁର୍ଥ ନମ୍ବରରେ ଥିଲେ ନୀରଜ । ଚତୁର୍ଥ ରାଉଣ୍ଡରେ ୮୮ ଦଶମିକ ୧୩ ମିଟର ଥ୍ରୋ କରି ପଦକ ପକ୍କା କରିଥିଲେ । ଅନ୍ୟପକ୍ଷରେ ଚେକ୍ ରିପବ୍ଲିକ୍‌ର Jakub Vadlejch ବ୍ରୋଞ୍ଜ ପଦକ ଜିତିଛନ୍ତି।
ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ରୌପ୍ୟ ଜିତି ଇତିହାସ ସୃଷ୍ଟି କରିଛନ୍ତି । ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନଶିପରେ ପଦକ ଜିତିବାରେ ନୀରଜ ଚୋପ୍ରା ହେଉଛନ୍ତି ଦ୍ୱିତୀୟ ଭାରତୀୟ। ୧୯ ବର୍ଷ ପରେ ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ଭାରତକୁ ପଦକ ମିଳିଛି । ଏହା ପୂର୍ବରୁ ଅଞ୍ଜୁ ବବି ଜର୍ଜଙ୍କୁ ଏହି ସଫଳତା ମିଳିଥିଲା। ୨୦୦୩ରେ ପ୍ୟାରିସ୍‌ରେ ଅନୁଷ୍ଠିତ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନଶିପରେ ସେ ଲଙ୍ଗ୍ ଜମ୍ପରେ ପଦକ ହାସଲ କରିଥିଲେ। ଅଞ୍ଜୁ ବବି ଜର୍ଜ ବ୍ରୋଞ୍ଜ ପଦକ ପାଇଥିବା ବେଳେ ନୀରଜ ରୌପ୍ୟ ପଦକ ପାଇଛନ୍ତି।
ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନ୍‌ସିପ୍‌ରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ତଥା ଅଲମ୍ପିକ ଚାମ୍ପିୟନ୍‌ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂରା ଦେଶ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ କରି ଲେଖିଛନ୍ତି, ଆମର ସବୁଠୁ ପ୍ରତିଷ୍ଠିତ ଆଥ୍‌ଲେଟ୍‌ଙ୍କ ମଧ୍ୟରୁ ଜଣଙ୍କର ବଡ଼ ଉପଲବ୍ଧି! World Championships ରେ ଐତିହାସିକ ରୋପ୍ୟ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଶୁଭକାମନା। ଏହା ଭାରତୀୟ ଖେଳ ପାଇଁ ଏକ ଖାସ୍‌ ସମୟ। ନୀରଜଙ୍କୁ ତାଙ୍କ ଆଗାମୀ ଉଦ୍ୟମ ପାଇଁ ଶୁଭକାମନା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂର୍ବ ଅଲମ୍ପିକ ବିଜେତା ଅଭିନବ ବିନ୍ଦ୍ରା, ପିଟି ଉଷା, ପହିଲିମାନ ବଜରଙ୍ଗ ପୁନିଆ, ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଇନ୍‌ ମନ୍ତ୍ରୀ କିରନ୍‌ ରିଜ୍‌ଜୁ, ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ ପକ୍ଷରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନୀରଜଙ୍କ ଏହି ସଫଳତା ପରେ ପରିବାରରେ ଖୁସି ଦେଖିବାକୁ ମିଳିଛି । ପରିବାର ଓ ସଂପର୍କୀୟ ମିଠା ବାଣ୍ଟି ଖୁସି ମନାଇଛନ୍ତି ।