ଜନ୍ମମାଟିରେ ମହାମହିମ; ବାଦାମପାହାଡ ହେଲିପ୍ୟାଡରେ ସ୍ୱାଗତ କଲେ ରାଜ୍ୟପାଳ

ଜନ୍ମମାଟିରେ ପହଞ୍ଚିଲେ ମହାମହିମ । ସ୍ୱତନ୍ତ୍ର ହେଲିକପ୍ଟରରେ ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି  । ବାଦାମପାହାଡର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ  ରାଜ୍ୟପାଳ ଗଣେଶୀ ଲାଲା ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ  ତାଙ୍କୁ ସ୍ୱଗତ କରିଥିଲେ  । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକାପ୍ଟରରୁ ଓହ୍ଲାଇ ଉପସ୍ଥିତ ଜନତାଙ୍କ ଅଭିବାଦନ ଗ୍ରହଣ କରିଥିଲେ ।

ହେଲିପ୍ୟାଡରେ ଓହ୍ଲାଇବା ପରେ  ସ୍ୱତନ୍ତ୍ର କାର୍‌କେଡ୍‌ରେ ପାହାଡ଼ପୁର ଅଭିମୁଖେ ରାଷ୍ଟ୍ରପତି ଯାଇଛନ୍ତି । ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ ପରେ ବାହାରିଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତି ହେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କର ଏହି ୩ ଦିନିଆ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ୩ ଦିନିଆ ଗସ୍ତବେଳେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦା ଯିବେ। ରାଷ୍ଟ୍ରପତି ମେ’ ୪ ତାରିଖରୁ   ୬ ତାରିଖ ଯାଏ   ଏଠାରେ ରହିବେ। ଜିଲ୍ଲାରେ ତାଙ୍କର ଅନେକ କାର୍ଯ୍ୟକ୍ରମ ରହିଛି। ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା ସମେତ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।