ଝିଅମାନେ ଦେଇପାରିବେ ଏନଡିଏ ପରୀକ୍ଷା:ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଝିଅମାନଙ୍କୁ ଏନଡିଏ ଅର୍ଥାତ୍ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ସାମିଲ ହୋଇପାରିବା ନେଇ ଅନୁମତି ଦେଇଛନ୍ତି ।କିନ୍ତୁ ଝିଅ ମାନେ ଏହି ପରୀକ୍ଷା ଦେଇପାରିବେ ନାହିଁ ବୋଲି ସେନା କୋର୍ଟରେ କହିଥିଲା। ଲିଙ୍ଗଗତ ବାଛ ବିଚାରକୁ ପ୍ରୋତ୍ସାହିତ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ସେପ୍ଟେମ୍ୱର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷାରେ ଝିଅମାନେ ଭାଗ ନେଇପାରିବେ ବୋଲି କୋର୍ଟ କହିଛନ୍ତି। ତେଣୁ ଚଳିତ ବର୍ଷ ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷାରୁ ଏହି ଆଦେଶ କାର୍ଯ୍ୟକାରୀ ହେବ।
ମାମଲାର ଶୁଣାଣି ସମୟରେ ସେନା ପକ୍ଷ ରଖି କହିଥିଲା ଯେ ମହିଳାମାନଙ୍କୁ ଏନଡିଏ ପରୀକ୍ଷାରେ ଅନ୍ତର୍ଭୁକ୍ତ ନକରିବା ଏକ ନୀତିଗତ ନିଷ୍ପତ୍ତି। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ତାଗିଦ କରି କହିଛନ୍ତି ଯେ ଯଦି ଏହି ନୀତି ଏକ ନିଷ୍ପତ୍ତି, ତେବେ ଏହା ଲିଙ୍ଗଗତ ଭେଦଭାବକୁ ପ୍ରୋତ୍ସାହିତ କରୁଛି।
ଏନଡିଏ ପରୀକ୍ଷାରେ ଝିଅଙ୍କୁ ସାମିଲ୍ କରାଯାଉ ବୋଲି କୁଶ କଲରା ନାମକ ବ୍ୟକ୍ତି ଏକ ପିଟିସନ ଦାଖଲ କରିଥିଲେ। ଆବେଦନକାରୀ କହିଥିଲେ ଏନଡିଏ ପରୀକ୍ଷାରେ ଝିଅଙ୍କୁ ସାମିଲ୍ ନକରିବାର ଅର୍ଥ ଧାରା ୧୪, ୧୫,୧୬ ଏବଂ ୧୯କୁ ଉଲ୍ଲଂଘନ କରୁଛି।
କୋର୍ଟରେ ଆବେଦନକାରୀଙ୍କ ପକ୍ଷ ରଖିଥିଲେ ଆଡଭୋକେଟ୍ ଚିନ୍ମୟ ପ୍ରଦୀପ ଶର୍ମାଙ୍କ ସହ ଆଡଭୋକେଟ୍ ମୋହିତ ପଲ୍, ସୁନାନା ଏବଂ ଇରଫାନ୍ ହସିବ। ଆବେଦନରେ କୁହାଯାଇଛି ଯେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଆଡମିଶନ କରିବାର ସୁଯୋଗ ସେମାନଙ୍କ ଲିଙ୍ଗ ଆଧାରରେ ଯୋଗ୍ୟତା ନିର୍ଦ୍ଧାରଣ ହେଉଛି। ହେଲେ ଏହି ପରୀକ୍ଷାରେ ସାମିଲ୍ ହେବା ପାଇଁ ଯେଉଁ ମହିଳା ପ୍ରାର୍ଥୀ ଆଗ୍ରହ ଦେଖାଉଛନ୍ତି ତାଙ୍କୁ ବାରଣ ନ କରି ଅଗ୍ରାଧିକାର ଦେବା ଉଚିତ I
ଯୁକ୍ତ ଦୁଇ ସ୍ତର ପାସ୍ କରିଥିବା ଛାତ୍ରୀମାନେ ଲିଙ୍ଗଗତ ବାଛ ବିଚାର ପାଇଁ ଏନଡିଏ ଏବଂ ନାଭାଲ ଏକାଡେମୀ ପରୀକ୍ଷାରେ ସାମିଲ୍ ହେବାକୁ ଇଚ୍ଛା ରଖିଥିଲେ ମଧ୍ୟ ସାମିଲ୍ ହୋଇପାରୁ ନାହାନ୍ତି। କିନ୍ତୁ ସମାନ ଯୋଗ୍ୟତା ଥାଇ ପୁରୁଷମାନେ ଏହି ପରୀକ୍ଷାରେ ସାମିଲ୍ ହୋଇପାରୁଛନ୍ତି। ପରୀକ୍ଷାରେ ଯୋଗ୍ୟ ବିବେଚିତ ହେବା ପରେ ସେମାନେ ଏନଡିଏରେ ଯୋଗ ଦିଅନ୍ତି।
ଆବେଦନକାରୀ ଆହୁରି କହିଥିଲେ ଯେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ମହିଳାମାନଙ୍କୁ ତାଲିମ ନ ଦେବା ଏବଂ କେବଳ ଲିଙ୍ଗ ଆଧାରରେ ଦେଶର ସଶସ୍ତ୍ର ବାହିନୀରେ ସ୍ଥାୟୀ କମିଶନ ଅଫିସର ଭାବେ ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ହେଉଛି ମୌଳିକ ଅଧିକାରର ଉଲ୍ଲଂଘନ। ଯାହାକି ଭାରତୀୟ ସମ୍ୱିଧାନର ବିରୁଦ୍ଧାଚରଣ।

ସାମିଲ୍ ହେବା ପାଇଁ ଯେଉଁ ମହିଳା ପ୍ରାର୍ଥୀ ଆଗ୍ରହ ଦେଖାଉଛନ୍ତି ତାଙ୍କୁ ବାରଣ କରାଯାଉଛି।
ଯୁକ୍ତ ଦୁଇ ସ୍ତର ପାସ୍ କରିଥିବା ଛାତ୍ରୀମାନେ ଲିଙ୍ଗଗତ ବାଛ ବିଚାର ପାଇଁ ଏନଡିଏ ଏବଂ ନାଭାଲ ଏକାଡେମୀ ପରୀକ୍ଷାରେ ସାମିଲ୍ ହେବାକୁ ଇଚ୍ଛା ରଖିଥିଲେ ମଧ୍ୟ ସାମିଲ୍ ହୋଇପାରୁ ନାହାନ୍ତି। କିନ୍ତୁ ସମାନ ଯୋଗ୍ୟତା ଥାଇ ପୁରୁଷମାନେ ଏହି ପରୀକ୍ଷାରେ ସାମିଲ୍ ହୋଇପାରୁଛନ୍ତି। ପରୀକ୍ଷାରେ ଯୋଗ୍ୟ ବିବେଚିତ ହେବା ପରେ ସେମାନେ ଏନଡିଏରେ ଯୋଗ ଦିଅନ୍ତି।
ଆବେଦନକାରୀ ଆହୁରି କହିଥିଲେ ଯେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ମହିଳାମାନଙ୍କୁ ତାଲିମ ନ ଦେବା ଏବଂ କେବଳ ଲିଙ୍ଗ ଆଧାରରେ ଦେଶର ସଶସ୍ତ୍ର ବାହିନୀରେ ସ୍ଥାୟୀ କମିଶନ ଅଫିସର ଭାବେ ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ହେଉଛି ମୌଳିକ ଅଧିକାରର ଉଲ୍ଲଂଘନ। ଯାହାକି ଭାରତୀୟ ସମ୍ୱିଧାନର ବିରୁଦ୍ଧାଚରଣ।

Comments (0)
Add Comment