ସକାଳୁ ଉଠି ପିଅନ୍ତୁ ଏକ ଗ୍ଲାସ ଉଷୁମ ପାଣି ମିଳିବ ଏହି ସବୁ ଚମତ୍କାରୀ ଫାଇଦା

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ ମିଳିବ ଜବରଦସ୍ତ ଫାଇଦା I ଯଦି ଆପଣ ସୁସ୍ଥ ରହିବାକୁ ଚାହାନ୍ତି, ତେବେ ପ୍ରତିଦିନ ସକାଳୁ ଉଠି ଗରମ ପାଣି ପିଅନ୍ତୁ । ଆଜି ବି ବହୁ ଲୋକ ସକାଳୁ ଉଠି ଉଷୁମ ପାଣି ପିଉଛନ୍ତି, କିନ୍ତୁ କିଛି ଲୋକଙ୍କୁ ଏଥିରେ ଥିବା ଫାଇଦା ବିଷୟରେ ଜଣାନାହିଁ । ତେବେ ଆସନ୍ତୁ ଜାଣିବା ସକାଳୁ ଗରମ ପାଣି ପିଇବାର ଉପକାରିତା ବିଷୟରେ :

ପ୍ରଥମେ ସକାଳୁ ଉଠି ମୁହଁ ନ ଧୋଇ ଏକ ଗ୍ଲାସ ଉଷୁମ ପାଣି ପିଇବା ଦ୍ୱାରା ଦେହ ସତେଜ ରହିବ ସହ ହଜମ ପ୍ରକିୟା ଭଲ ରହିଥାଏ, ଯଦି ଏଥିରେ ଆପଣ କେଇ ବୁନ୍ଦା ଲେମ୍ବୁ ରସ ମିଶି ପିଅନ୍ତି ଏହାଦ୍ୱାରା ଆପଣଙ୍କୁ ଜବରଦସ୍ତ ଫାଇଦା ମିଳିବା ସହିତ ପେଟକୁ ସଫା ରଖିବା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ରୁ ମୁକ୍ତ କରିଥାଏ I ଏହା ସହିତ ନିୟମିତ ଏକ ମାସ ଧରି ଗରମ ପାଣି ପିଇଲେ ଗ୍ୟାସ ସମସ୍ୟା ରୁ ମୁକ୍ତି ମିଳିଥାଏ I

ଗରମ ପାଣି ପିଇବା ଦ୍ୱାରା ଗଣ୍ଠି ମଜଭୁତ୍ ହୁଏ ଓ ଗଣ୍ଠି ଦରଜ କମିଥାଏ । ସେହିପରି ଥଣ୍ଡା ଓ ଗଳା ଜନିତ ସମସ୍ୟା ଭଲ ହୋଇଥାଏ ।
ଓଜନ କମାଇବାରେ ଉଷୁମ ପାଣି ଖୁବ ସାହାଯ୍ୟ କରେ, ଉଷୁମ ପାଣିରେ ଅଧଚାମଚ କଫି ପାଉଡର ଓ ଲେମ୍ବୁ ରସ ମିଶାଇ ପିଇଲେ ଏହା ଓଜନ ନିୟନ୍ତ୍ରଣ କରିଥାଏ I କିନ୍ତୁ ଏଥିରେ ଚିନି ମିଶାଇବେ ନାହିଁ I

ଏହା ପ୍ରତିଦିନ ସକାଳେ ଉଷୁମ ପାଣି ପିଇବା ଦ୍ୱାରା ସ୍ନାୟୁ ପ୍ରଣାଳୀରେ ଥିବା ଚର୍ବି ହ୍ରାସ ପାଏ ଓ ରକ୍ତ ସଞ୍ଚାଳନରେ ଉନ୍ନତି ଆସିଥାଏ । ପିରିୟଡରେ ହୋଇଥିବା ପେଟ ଯନ୍ତ୍ରଣା ମଧ୍ୟ ଭଲ ହୋଇଥାଏ ।

ପ୍ରତିଦିନ ସକାଳେ ଏକ ଗ୍ଲାସ ଉଷୁମ ପାଣିରେ ଚିମୁଟେ ହଳଦୀ ମିଶାଇ ପିଇବା ଦ୍ୱାରା ଥଣ୍ଡା ରୁ ମୁକ୍ତି ମିଳିବ ସହିତ ଶରୀରରେ ରକ୍ତ ପ୍ରକ୍ରିୟା ଶୁଦ୍ଧ ହୋଇ ଶରୀରରେ ଚମକ ଆସିଥାଏ I ତେଣୁ ନିୟମିତ ସକାଳେ ଉଷୁମ ପାଣି ପିଇବା ଉଚିତ I