ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର୍ କାଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଥିବା ଦର୍ଶାଇ ଜିଲ୍ଲା ମାନଙ୍କରେ ଥିବା ବିଭିନ୍ନ ସରକାରୀ ଅଫିସ ଓ ସାର୍ବଜନୀନ ସ୍ଥାନରେ ସରକାରଙ୍କ ବିଭିନ୍ନ ସଫଳତା ଦର୍ଶାଉଥିବା ହୋର୍ଡିଂ ହଟାଇବାକୁ ନିର୍ବାଚନ ଆୟୋଗ ନିର୍ଦେଶ ଦେଇଛନ୍ତି I ସେହିପରି କୌଣସି ସରକାରୀ ଗାଡି ଗୁଡିକରେ ମଧ୍ୟ ସରକାରୀ ଯୋଜନାର ଷ୍ଟିକର ଲାଗି ପାରିବ ନାହିଁ ଏହା ସହିତ ସାର୍ବଜନୀନ ସ୍ଥାନରେ ମନ୍ତ୍ରୀ ଓ ରାଜନେତାଙ୍କ ଫଟୋ ଥାଇ ସରକାରୀ ଯୋଜନାର ହୋର୍ଡିଂ ମଧ୍ୟ ହଟାଯିବାକୁ ନିର୍ଦେଶ ଦିଆଯାଇଛି I ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ ।