ବିଡିଏ କର୍ମଚାରୀ ୟୁନାଇଟେଡ ଫୋରମର ମହାସମ୍ମିଳନୀ

ଅବସର କର୍ମଚାରୀଙ୍କୁ ପେନସନ ଦାବି

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କର୍ମଚାରୀ ୟୁନାଇଟେଡ ଫୋରମ୍ ପକ୍ଷରୁ ପେନ୍ସନ୍ ସମ୍ବନ୍ଧୀୟ ଆଲୋଚନା ନେଇ ମହାସମ୍ମିଳନୀ ଅନୁଷ୍ଠିତ ହୋଇଛି ଏଥିରେ ବିଡିଏ ଅବସରପ୍ରାପ୍ତ କର୍ମଚାରୀ ଓ କାର୍ଯ୍ଯରତ କର୍ମଚାରୀ ସାମିଲ ହୋଇ ମତାମତ ଦେଇଥିଲେ I ନିକଟ ଅତୀତରେ Honble Supreme Court ଙ୍କ ନିର୍ଦ୍ଦେଶ ମୁତାବକ ସେଣ୍ଟ୍ରାଲ ପ୍ରୋଭିଡେଣ୍ଟ ଫଣ୍ଡ (ସିପିଏଫ୍) କଟାଯାଇ pension ଯୋଜନା ଲାଗୁ କରିବା ନିମନ୍ତେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା I
ସେଣ୍ଟ୍ରାଲ ପ୍ରୋଭିଡେଣ୍ଟ ଫଣ୍ଡ (ସିପିଏଫ୍) ବାବଦକୁ ସିଲିଂ ଦରମା (15ହଜାର)ର 12% ଦେଉଛି ବିଡିଏ ତେବେ ବିଡିଏ କର୍ମଚାରୀମାନଙ୍କର ପ୍ରକୃତ ଦରମା ଓ ସିଲିଂ ଦରମାର ବ୍ଯବଧାନ ଟଙ୍କାର 8.33% ସିପିଏଫ୍ ଅଫିସରେ ପୈଠ କରିବା ପାଇଁ ଏହି ସମ୍ମିଳନୀରେ ଆଲୋଚନା ହୋଇଛି ଫଳରେ BDA କର୍ମଚାରୀମାନେ ବର୍ଦ୍ଧିତ ପେନ୍ସନ୍ ପାଇବେ ଏହି ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡିଛନ୍ତି କର୍ମଚାରୀମାନେ ଆସନ୍ତାକାଲି (ବୁଧବାର) ଠାରୁ କର୍ମଚାରୀମାନେ ଫୋରମ କାର୍ଯ୍ଯାଳୟରେ ଏହି ଫର୍ମ ଉପଲବ୍ଧ ହେବ ସମସ୍ତ କର୍ମଚାରୀମାନେ ଫର୍ମ ପୂରଣ କରିବା ପରେ ସିପିଏଫ୍ କାର୍ଯ୍ଯାଳୟରେ ପୈଠ କରିବାକୁ ନିଷ୍ପତ୍ତି ହୋଇଛି ଏହି ଅବସରରେ ବିଡିଏ କର୍ମଚାରୀ ୟୁନାଇଟେଡ ଫୋରମ୍ ଉପଦେଷ୍ଟା ତଥା ମୁଖ୍ଯ ଅତିଥି ଭାବେ ବିଶ୍ୱଜିତ ମହାନ୍ତି ଯୋଗ ଦେଇଥିବା ବେଳେ ବିଡିଏ କର୍ମଚାରୀ ୟୁନାଇଟେଡର ଫୋରମ୍ର ସଭାପତି ଶୁଭ୍ରାଂଶୁ ଶେଖର ମହାନ୍ତି ସଭା ପରିଚାଳନା କରିଥିଲେ ଅନ୍ଯମାନଙ୍କ ମଧ୍ୟରେ ବିଡିଏ କର୍ମଚାରୀ ୟୁନିୟନ ସାଧାରଣ ସମ୍ପାଦକ ବଟକୃଷ୍ଣ ବେଉରା, ବିଡିଏ କର୍ମଚାରୀ ସମନ୍ବୟ ସଂଗ୍ରାମୀ ସଂଘ ସମ୍ପାଦକ ସବିିତାରାଣୀ ମହାପାତ୍ର ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଓ ତାଙ୍କର ସୁବିଚାର ପ୍ରଦାନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କର୍ତବ୍ୟ ରତ କର୍ମଚାରୀ ପ୍ରମୋଦ କୁମାର ମିଶ୍ର ଓ ଅବସର ପ୍ରାପ୍ତ କର୍ମଚାରୀ ଶ୍ରୀ ସତ୍ୟ ନାରାୟଣ ମିଶ୍ର ମଧ୍ୟ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ.