ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ‘ଆଇଏସ୍ କାଶ୍ମୀର’ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ତଥା ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ‘ଆଇଏସ୍ କାଶ୍ମୀର’ରୁ ମୃତ୍ୟୁ ଧମକ ମିଳିଛି। ବୁଧବାର ଦିନ ସେ ଦିଲ୍ଲୀ ପୋଲିସ ନିକଟକୁ ଯାଇ ଏଫଆଇଆର ପାଇଁ ଏକ ଆନୁଷ୍ଠାନିକ ଅଭିଯୋଗ କରିଥିଲେ ଏବଂ ତାଙ୍କ ପରିବାର ପାଇଁ ସୁରକ୍ଷା ଦାବି କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗୌତମ ଗମ୍ଭୀର ଏହାକୁ ଦୃଢ ଶବ୍ଦରେ ନିନ୍ଦା କରିଥିଲେ। ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟଙ୍କ ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ନେତା ଗୌତମ ଗମ୍ଭୀର ସମବେଦନା ଜଣାଇବା ସହ ଭାରତ ଏହି ବର୍ବରତାପୂର୍ଣ୍ଣ କାର୍ଯ୍ୟକୁ ଜବାବ ଦେବ ବୋଲି କହିଥିଲେ। ଗୌତମ ଗମ୍ଭୀର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସେ ମୃତକଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛନ୍ତି। ଯେଉଁମାନେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ, ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ଭାରତ ଆକ୍ରମଣ କରିବ।

Gautam Gambhir receives death threat