ଗୁଳିମାଡ଼ରେ ଗ୍ୟାଙ୍ଗଷ୍ଟାର ଅତିକ ଅହମଦ ଓ ଭାଇ ଅଶରଫ ମୃତ,ମେଡିକାଲ ଚେକ ଅପ ପରେ ଗଣ ମାଧ୍ୟମକୁ ଦେଉଥିଲେ ପ୍ରତିକ୍ରିୟା

ପ୍ରୟାଗରାଜ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଓ ଭାଇ ଅସରଫଙ୍କୁ ଗୁଳିକରି ହତ୍ୟା । ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରୟାଗରାଜରେ । ଉଭୟଙ୍କୁ ରାତି ୧୦.୩୦ ସମୟରେ କଡ଼ା ସୁରକ୍ଷା ବଳୟରେ ମେଡିକାଲ ଚେକଅପ୍‌ ପାଇଁ ନିଆଯାଇଥିଲା I ମେଡିକାଲ ରୁ ଫେରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ସମୟରେ ତାଙ୍କୁ ଗୁଳିମାଡ଼ ହୋଇଥିଲା I ପଏଣ୍ଟ ବ୍ଳIଙ୍କ ରୁ ତାଙ୍କ ଉପରକୁ ୪୦ ରାଉଣ୍ଡ ଗୁଳି ମାଡ଼ ହୋଇଥିଲା Iଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟ ଆସିଛି।

ଉଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିଲେ । କ୍ୟାମେରା ମଧ୍ୟ ଅନ ଥିଲା । ତେବେ ହଠାତ ୩ ଯୁବକ ଭିଡ଼ ଭିତରେ ଧସେଇ ପଶିବା ସହ ସର୍ବସମ୍ମୁଖରେ ଅତିକ ଓ ଅଶରଫଙ୍କୁ ଗୁଳିମାଡ଼ କରିଥିଲେ । ପ୍ରଥମ ଗୁଳିଟି ଅତିକଙ୍କ ମୁଣ୍ଡରେ ବାଜିବାରୁ ସେ ଟଳି ପଡ଼ିଥିଲା । ସେହିପରି ଦ୍ୱିତୀୟ ଗୁଳିରେ ଅଶରଫ ପ୍ରାଣ ହରାଇଛନ୍ତି। ୩ ଅଭିଯୁକ୍ତ ଲଭଲେଶ ତିଓ୍ଵାରୀ, ଅରୁଣ ମୋର୍ଯ୍ୟ ଓ ସନି କାସଗଂଜ ନକଲି ଆଇକାର୍ଡ, ବୁମ୍‌ ଧରି ନକଲି ସାମ୍ବାଦିକ ବେଶରେ ଆସିଥିଲେ । ଏପରିକି ଆସିଥିବା ପଲସ୍‌ର ବାଇକ୍‌ର ନମ୍ବର ପ୍ଲେଟ ମଧ୍ୟ ନକଲି ଥିଲା
ଗୁଳିମାଡ଼ ପରେ ସେମାନେ ଖସି ଯିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ୍‌ ଜଣଙ୍କୁ ଧରିବାକୁ ସକ୍ଷମ ହୋଇଥିବା କୁହାଯାଉଛି। ଉମେଶ ପାଲ ଅପହରଣ ମାମଲାରେ କୋର୍ଟ ଦୁଇ ଭାଇଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

ଦୁଇ ଦିନ ତଳେ ଅତିକଙ୍କ ପୁଅ ଅସଦ ଓ ସହଯୋଗୀ ଗୁଲାମ ପୁଲିସ ଏନକାଉଣ୍ଟର୍‌ରେ ପ୍ରାଣ ହରାଇଥିଲେ। ଆଜି କଡ଼ା ସୁରକ୍ଷା ବଳୟରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୁଅର ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଅତିକ ଅହମଦ ଅନୁମତି ମାଗିଥିଲେ। ହେଲେ ତାଙ୍କୁ ଅନୁମତି ମିଳି ନଥିଲା। ଏବେ ନିଜେ ଅତିକ ଓ ଅଶରଫ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି।

ହତ୍ୟାକାଣ୍ଡ ପରେ ପୂରା ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି କରାଯାଇଛି । ହାଇଆଲର୍ଟରେ ଅଛିି ପୋଲିସ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟିକ ତଦନ୍ତ କମିଶନ ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୦୫ ମସିହାରେ ବହୁଜନ ସମାଜବାଦୀ ପାର୍ଟିର ତତ୍କାଳୀନ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ଉମେଶ ପାଲ ଏହି ହତ୍ୟାକାଣ୍ଡର ସାକ୍ଷୀ ଥିଲେ। ମାତ୍ର ୨୦୦୬ ଫେବ୍ରୁଆରୀ ୨୪ ତାରିଖରେ ତାଙ୍କୁ ଏବଂ ତାଙ୍କ ସୁରକ୍ଷାରେ ନିୟୋଜିତ ଦୁଇ ଜଣ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହାପରେ ଉମେଶ ପାଲଙ୍କ ପତ୍ନୀ ଜୟାଙ୍କ ଅଭିଯୋଗ ଆଧାରରେ ପ୍ରୟାଗରାଜର ଘୁମନଗଞ୍ଜ ଥାନାରେ ଅତିକ ଅହମଦ, ତାର ଭାଇ ଅଶରଫ, ପତ୍ନୀ ଶାଇସ୍ତା ପରବିନ, ଦୁଇ ପୁଅ, ସହଯୋଗୀ ଗୁଡ୍ଡୁ ମୁସଲିମ ଏବଂ ଅନ୍ୟ ୯ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତା ନାଁରେ ୧୦୦ରୁ ଅଧିକ ଅପରାଧିକ ମାମଲା ରହିଥିଲା । ଭାଇ ଅସରଫ ନାଁରେ ୫୭ରୁ ଅଧିକ ମାମଲା ରହିଛି । .