ନିଜ ସର୍ଭିସ୍‌ ରିଭଲଭରରୁ ଗୁଳି ଫୁଟି ଗାଙ୍ଗପୁର ଥାନା ଆଇଆଇସି ଙ୍କ ମୃତ୍ୟୁ

ନିଜ ସର୍ଭିସ୍‌ ରିଭଲଭରରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ I ଆଜି ମଧ୍ୟାହ୍ନ ରେ ଏହି ଅଭାବନୀୟ ଘଟଣା ଘଟିଛି I ଆଇଆଇସିଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି।
ଆଜି ମଧ୍ୟାହ୍ନରେ ଥାନା ଗାଙ୍ଗପୁର ଥାନା ଅଧିକାରୀ ଦେବକୁମାର ଗମାଙ୍ଗ ଖାଇବା ପାଇଁ ନିଜ କ୍ୱାର୍ଟର୍ସକୁ ଯାଇଥିଲେ। ଠିକ୍‌ ସମୟରେ ଗୁଳି ଫୁଟିବା ଶବ୍ଦ ଶୁଣିବାକୁ ମିଳିଥିଲା। ଥାନା ପରିସରରେ ଗୁଳି କେଉଁଠି ଫୁଟିଲା ଭାବି ଅନ୍ୟ କର୍ମଚାରୀମାନେ ଚାରିଆଡ଼େ ଖୋଜିଥିଲେ। ଏହି ସମୟରେ ଶ୍ରୀ ଗମାଙ୍ଗ ନିଜ କ୍ୱାର୍ଟର୍ସରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଶ୍ରୀ ଗମାଙ୍ଗ ଙ୍କ ଅଂଟା ତଳକୁ ଗୁଳି ବାଜିଥିବାର ଦେଖିବାକୁ ମିଳିଥିଲା ଇ ଏହା ଦେଖି ପୁଲିସ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶ୍ରୀ ଗମାଙ୍ଗ ମାତ୍ର ୪ ମାସ ପୂର୍ବରୁ ଗାଙ୍ଗପୁର ଥାନାକୁ ବଦଳି ହୋଇ ଆସିଥିଲେ। କିନ୍ତୁ କେଉଁ କାରଣ ଯୋଗୁଁ ଟଙ୍କା ଶରୀର ରେ ଗୁଳି ବାଜିଲା ସଠିକ କାରଣ ଜଣା ପଡି ନ ଥିଲେ ମଧ୍ୟ ସେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଥିବା କଥା କୁ ସ୍ୱୀକାର କରିଛନ୍ତି ଗଞ୍ଜାମ ଏସ୍‌ପି । ତେବେ ଘଟଣାର ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣା ପଡିବ ବୋଲି ଏସ୍ପି ସୂଚନା ଦେଇଛନ୍ତି I