ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥାନୀୟ ଅଞ୍ଚଳରେ ଏକ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଜେସିବି ମେସିନ୍ ସାହାଯ୍ୟରେ ମାଟି ଖୋଳାଯାଉଥିଲା । ଏହି ସମୟରେ ଭୂତଳ ଦେଇ ଯାଇଥିବା ଗେଲ୍ ଇଣ୍ଡିଆର ପ୍ରମୁଖ ଗ୍ୟାସ୍ ପାଇପ୍ ଲାଇନ୍ ଭୁଲ୍ବଶତଃ ଫାଟିଯାଇଥିଲା । ପାଇପ୍ ଲାଇନ୍ ଫାଟିବା କ୍ଷଣି ଗ୍ୟାସ୍ ଲିକ୍ ହୋଇଥିଲା ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ, ଅଗ୍ନିଶମ ବାହିନୀ, ବିଏମସି କର୍ମଚାରୀ ଓ ଶେଷରେ ଗେଲ୍ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଗ୍ୟାସ୍ ଲିକ୍କୁ ବନ୍ଦ କରାଯାଇଥିଲା । ସମସ୍ତ ବିଭାଗର ମିଳିତ ଓ ତ୍ୱରିତ ଉଦ୍ୟମ ଫଳରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିବାରୁ ବର୍ତ୍ତିଯାଇଛି ।