ଆଜିଠୁ ନନ୍ଦନକାନନରେ ଚାଲିଲା ଟୟ ଟ୍ରେନ୍‌

ନ୍ଦନକାନନର ପ୍ରାଣୀ ଉଦ୍ୟାନାର ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଚାଲିବ ଟୟ ଟ୍ରେନ I ଏଥିପାଇଁ ଟୟ ଟ୍ରେନ ସୁରକ୍ଷା ଦାୟିତ୍ୱ ଦାୟୁତ୍ୱ ନେଇଥିବା ରାଇଟସ କମ୍ପାନୀ ଠାରୁ ସବୁଜ ସଂଙ୍କେତ ମିଳିଛି । ସେହି ଅନୁସାରେ ପ୍ରତ୍ୟେକ ଦିନ ୬ଥର ଶିଶୁ ରେଳ ଗାଡି ଚଳାଚଳ କରାଯିବ । ପୂର୍ବାହ୍ନ ୧୦ଟାରୁ ଏକ ଘଣ୍ଟା ଲେଖାଏଁ ଅନ୍ତତରରେ ୩ଥର ଏହି ଟ୍ରେନ୍‌ ଚାଲିବ । ୧ଟାରୁ ୨ଟା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବନ୍ଦ ରହିବ । ସେହିପରି ଅପରାହ୍ନ ୨ଟାରୁ ଏକ ଘଣ୍ଟା ବ୍ୟବଧାନରେ ୩ଥର ଚାଲିବ । ଏହାର ପଛକୁ ୪ଟି ଡବାରେ ୭୨ ଜଣ ପର୍ଯ୍ୟଟକ ବସି ପାରିବେ । ଟଏ ଡ୍ରେନରେ ବସି ଜଙ୍ଗଲ ଓ ପ୍ରାକୃତିକ ଦୃଶ୍ୟ ଦେଖିବା ସହିତ ସରିସୃ ପାର୍କ, ଜଳ ହସ୍ତୀ ଖୁଆଡ, କାଞ୍ଜିଆ ହ୍ରଦର ପ୍ରାକୃତିକ ଦୃଶ୍ୟ ଦେଖି ପର୍ଯ୍ୟଟକ ମଜା ଉଠାଇ ପାରିବେ । ୩ ବର୍ଷରୁ୧୨ବର୍ଷର ପିଲାଙ୍କ ପାଇଁ ଟିକେଟର ମୂଲ୍ୟ ୩୦ଟଙ୍କା , ୧୨ରୁଉର୍ଦ୍ଧ ବୟସ୍କଙ୍କ ପାଇଁ ୫୦ଟଙ୍କା ଟିକେଟର ମୂଲ୍ୟ ରହିଥିବାବେଳେ ୩ବର୍ଷରୁ କମ୍‌ ପିଲାଙ୍କ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ଏ ସମ୍ପର୍କ ରେ ନନ୍ଦନକାନନ କର୍ତୃପକ୍ଷ ଜଣାଇଛନ୍ତି ।

Comments (0)
Add Comment