ରଥଖଳାରୁ:ରଥନିର୍ମାଣକାର୍ଯ୍ୟ ୫୧ ତମ ଦିବସ*

*ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ**ତିନିରଥର ମୋଟ ମହାରଣା-୭୭*ତିନିରଥର ଭୋଇ ସେଵକ  -୭୭*ତିନିରଥର କରତି ସେଵକ –   ୪*ତିନିରଥର ରୂପକାର ସେଵକ-୧୯*ତିନିରଥର କମାର ସେଵକ  – ୧୭*ତୁମ୍ବ ବିନ୍ଧ କାରିଗର             –   ୧*ପାହୀ ମହାରଣା                  –   ୨*ରଥଖଳା ସହାୟକ(ପାଣିବାଲା)୧                               ମୋଟ-୧୯୮(ସବୁଦିନପରି ଆଜି ସକାଳ ୮ଟାରେତିନିରଥର ନିର୍ମାଣକାରୀ ସେଵକ ମାନେ ରଥଖଳା ଠାରେ ଉପସ୍ଥିତହୋଇ ରଥ ନିର୍ମାଣ କାର୍ଯ୍ୟରେ ଯୋଗଦେଇଥିଲେ,ପରେ ପରେ ନିର୍ମାଣ କାରୀଙ୍କ ଉପସ୍ଥାନ ନିଆଯାଇଥିଲା)     

 *ରଥ ନିର୍ମାଣ ଅଗ୍ରଗତି*( ତିନିରଥର ବେଦି ନିର୍ମାଣ ପାଇଁଆଗ, ପଛ ଢ଼ମକ ଉପରେ ୫ଟି ଜଗତ ପୃଷ୍ଠ ଶେଣୀ ପଡି ଦୁଇପାର୍ଶ୍ୱରେ ତିନିଗୋଟି ଲେଖାଁଏ ବାହୁଟଫାଳିଆ ପଡି ପଟା ବାଡ଼ିଆ କାର୍ଯ୍ୟଆରମ୍ଭ ହୋଇଥିଲା)      * ଆଜି ତିନିରଥର ବେଦି ସିହାଁସନ ସମେତ ବେଦି ଚତୁର୍ପାର୍ଶ୍ଵରେ ପଟାପଡିବା ସମ୍ପୂର୍ଣ ହୋଇଅଛି।*ଆଜି ତିନିରଥର ୧୨ଗୋଟି ଦୁଆର-ବେଢ଼ା ସହ ୨୪ ଗୋଟି ନାଟଗୋଡ଼ତିନିରଥର ଦୁଆର ବେଢାରେ ସଂଯୁକ୍ତହୋଇ ଲାଗିଅଛି।*ଏଥିସହ ସିହାଁସନ ବେଦି ଉପରପ୍ରଥମଭୂଇଁ ମଧ୍ୟଭାଗରେ ‘କନକ ମୁଣ୍ଡିବସି, କନକ ମୁଣ୍ଡିରୁ ଚାରି ଗୋଟିକାଣ୍ଡ ଏବଂ ୨୦ଗୋଟି ରୁଅ ଗମ୍ବୁଜା-କାର ଭାବେ ସେଟିଙ୍ଗ କରାଯାଇଅଛିଏହାପରେ ସେଥିରେ ପିତଳ ଚଦରଆବରଣ ବର୍ଷା ପାଣି ନପଡିବା ପାଇଁଫିଟିଙ୍ଗ କରାଯିବ ।*ଏଥିସହ ତିନିରଥର ତିନିଗୋଟିଲେଖାଁଏ ବିଜେ ଚକା ନିର୍ମାଣ ଶେଷହୋଇଅଛି।*ରୂପକାର*     ରୂପକାର ସେଵକ ମାନେ ତିନିରଥର ପ୍ରଭାରେ ରୂପ ଖୋଦେଇଜାରୀ ରଖିଛନ୍ତି।    *ଚିତ୍ରକାର*     ଚିତ୍ରକାର ସେଵକ ମାନେ ଆଜି୨୪ ଗୋଟି ନାଟଗୋଡ଼ ରେ ଖୋଦେଇ ରୂପ ମାନଙ୍କରେ ରଙ୍ଗକାର୍ଯ୍ୟ ଶେଷ କରି ତିନି ରଥରେଫିଟିଙ୍ଗ ପାଇଁ ଯୋଗାଇବା ସହତିନିରଥର ୮ଟି ଲେଖାଁଏ କନ୍ୟାପଟାରେ କନ୍ୟା ଚିତ୍ର ଅଙ୍କନ କରିସେଗୁଡିକ କୋଣ ଗୁଜ ନିକଟ ଦଣ୍ଡାମୁହାଁଟ ଏବଂ ନିରାଡ଼ିରେ ଫିଟିଙ୍ଗକରାଯାଇଅଛି, ଏଥିସହ ତିନିରଥର୨୭ ଗୋଟି ଶିଖର ଡମ୍ବରୁ(ପାର୍ଶ୍ୱ-ଦେବ ଦେବୀ ଆସ୍ଥାନ) ରଙ୍ଗକାର୍ଯ୍ୟଶେଷ କରି ପ୍ରତି ରଥର ୯ ଟି ଲେଖାଁଏ ପାର୍ଶ୍ୱ ଦେବ ଦେବୀ, ତିନିରଥର ୨୭ ଗୋଟି ସଖି,ହଂସ ପଟାତିନିରଥ ରେ ସେଟିଙ୍ଗ ହୋଇଥିବା ଗୁଜ ଗୁଡିକରେ ରୂପ ଚିତ୍ର କାର୍ଯ୍ୟ।ଜାରୀ ରଖିଛନ୍ତି। *କମାର ଶାଳ*   ଦୋଳବେଦୀ ସ୍ଥ ଅସ୍ଥାୟୀ କମାରଶାଳରେ ତିନିରଥର ଓଝା ସେଵକମାନେ ତିନିରଥର ଦୁଆର ବେଢ଼ାଫିଟିଙ୍ଗ ପାଇଁ ଧ୍ୱଜ ବତା କଣ୍ଟା, ଧୂଳିଦଣ୍ଡା କଣ୍ଟା ନିର୍ମାଣ ଶେଷକରି ଯୋଗାଇବା ପରେ ଘୋଡା, ସାରଥିଙ୍କ ପାଇଁ ବାଗିଆ କଣ୍ଟା ଏବଂ ଶୁଆକଣ୍ଟା ନିର୍ମାଣ କରୁଛନ୍ତି ।    *ଦରଜୀ*         ତିନିରଥର ଦରଜୀ ସେଵକମାନେ ରଥ କନାରେ ଲେସ ଫିଟିଙ୍ଗସହ ଫୁଲ ପକା କାର୍ଯ୍ୟ ଜାରୀ ରଖିଛନ୍ତି।