ରଥଖଳାରୁ:ରଥନିର୍ମାଣକାର୍ଯ୍ୟ ୫୬ ତମ ଦିବସ

*ରଥଖଳାରୁ:ରଥନିର୍ମାଣକାର୍ଯ୍ୟ*            *୫୬ ତମ ଦିବସ**ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ**ତିନିରଥର ମୋଟ ମହାରଣା -୭୮*ତିନିରଥର ଭୋଇ ସେଵକ   -୭୭*ତିନିରଥର କରତି ସେଵକ  –   ୪*ତିନିରଥର ରୂପକାର ସେଵକ-୧୮*ତିନିରଥର ଓଝା ମହାରଣା    -୧୭*ତୁମ୍ବ ବିନ୍ଧ କାରିଗର               –   ୧*ପାହୀ ମହାରଣା                   –    ୨*ସହାୟକ(ପାଣିବାଲା)         –    ୧                                ମୋଟ-୧୯୮(ସବୁଦିନପରି ଆଜି ସକାଳ ୮ଟାରେତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତହୋଇ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ,ପରେ ପରେ ରଥ ନିର୍ମାଣକାରୀ ଙ୍କ ଉପସ୍ଥାନ ନିଆଯାଇଥିଲା)   

   *ରଥ ନିର୍ମାଣ ଅଗ୍ରଗତି** ତିନିରଥର ବେଦି ସିଂହାସନରେଆଜି ‘ପ୍ରଭା’ ଫିଟିଙ୍ଗ ଶେଷ ହୋଇଅଛି।(ଭୋଇ ସର୍ଦାର ରବି-ଭୋଇଙ୍କ ତତ୍ୱାବଧାନରେ ଭୋଇସେଵକ ମାନେ ତିନିରଥର ‘ପ୍ରଭା’
କୁ ଟେକି ନେଇ ତିନିରଥର ବାଡ଼ଗ୍ରହୀମହାରଣାଙ୍କ ଦାୟିତ୍ୱରେ ଦେବାପରେତିନିରଥର ମହାରଣା ମାନେ ଭୋଇସେବକଙ୍କ ସହଯୋଗରେ ତିନିରଥରେ ପ୍ରଭା ଫିଟିଙ୍ଗ ସମ୍ପର୍ଣ୍ଣ କରିଛନ୍ତି)*ଆଜି ତିନିରଥର ‘ବିଜେ ଚକା’ ରେବିନ୍ଧ ଲରାଯାଇ ସେଥିରେ ତିନୋଟିଲେଖାଁଏ କାଠ ଖିଲ ବସାଯାଇଅଛି।ତିନିରଥ ସିଂହଦ୍ୱାରକୁ ଯିବାପରେ,ତିନିରଥ ବେଦି ସିଂହାସନରେବିଜେ ଚକା ସଂଯୋଗ ହେବ।*ଆଜି ତାଳଧ୍ଵଜ ରଥ ଏବଂ ଦେବଦଳନ ରଥ ର ବେଦି ତିନିପାର୍ଶ୍ୱରେ ଗାଈଗୋଠ ରଙ୍ଗ ଚିତ୍ରଚିତ୍ରକାର ସେଵକ ମାନେ ଶେଷକରିଛନ୍ତି।*ତିନିରଥର କନକ ମୁଣ୍ଡି ରେ ପିତଳସଜ ଫିଟିଙ୍ଗ ଗତକାଲି ବିଳମ୍ବିତରାତ୍ରିରୁ ଆରମ୍ଭ ହୋଇ ଆଜି ଶେଷହୋଇଅଛି।*

ଆଜି ତିନିରଥର ବ୍ରେକ ଗୁଡିକର ତଳ ପାର୍ଶ୍ୱରେ ଲାଗିଥିବା ରବର ମ୍ୟାଟ ବଦଳା ଯାଇ ସେଥିରେ ନୂତନମ୍ୟାଟ ପଡି ନଟ ବୋଲଟ ଫିଟିଙ୍ଗଶେଷ ହୋଇଅଛି।*ଦରଜୀ ସେଵକ ମାନେ ତିନିରଥ ପାଇଁ କନା କଟିଙ୍ଗ  ତଥା ସେଲେଇ କାର୍ଯ୍ୟ ଶେଷ  କରି ତିନିରଥର କୋଠ  ସୁଆଁସିଆ ସେଵକ ମାନଙ୍କୁରଥରେ କନା ପକାଇବା ପାଇଁ ଯୋଗାଇ ଦେଲାପରେ, କାଲିଠାରୁକୋଠ ସୁଆଁସିଆ ସେଵକ ମାନେତିନିରଥର ଦୁଆର ବେଢ଼ା ରେ ଦୁଆର ବେଢ଼ା କନା ଫିଟିଙ୍ଗ କରିଥିଲେ, ଆଜି ତିନିରଥରେ କନାପଡିବା ଶେଷ ହୋଇଅଛି।*ଦରଜୀ ସେଵକ ମାନେ ଆଜିଠାକୁରଙ୍କ ବିଜେ ସମୟରେ ପଟୁଆରରେ ଆସୁଥିବା କଳା ଛତି,ଧଳା ଛତି ଓ ଓଲାରରେ କନା ପଡିବାକାର୍ଯ୍ୟ ଶେଷ କରିଛନ୍ତି। ଏଥିସହଦରଜୀ ସେଵକ ମାନେ ଶ୍ରୀବିଗ୍ରହମାନଙ୍କପାଇଁ ୪ଗୋଟି ବିଜେ ତୁଳି,ଏବଂ ଦୁଇଟି ଶିପର ତୁଳି ପ୍ରସ୍ତୁତକରିଛନ୍ତି।*

ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ମହାରଣା ମାନେତିନିରଥ ରେ ପ୍ରଭା ଫିଟିଙ୍ଗ ପାଇଁ୪ଗୋଟି ଲେଖାଁଏ ୧୨ ଗୋଟିପ୍ରଭା ବିଡିଆ କଣ୍ଟା ନିର୍ମାଣ କରିପ୍ରଭା ଫିଟିଙ୍ଗ ପାଇଁ ତିନିରଥ ମହାରାଣ ଙ୍କୁ ଯୋଗାଇଛନ୍ତି।*ଆସନ୍ତା କାଲି ତା୩୦.୬.୨୦୨୨ଗୁରୁବାର, ପ୍ରତିପଦ ତିଥିରେମହାପ୍ରଭୁଙ୍କ ଗୋପାଳ ବଲ୍ଲବ ଏବଂସକାଳ ଧୂପ ନିର୍ଘଣ୍ଟ ପ୍ରକାରେ ସକାଳ୮.୩୦ ରେ ସମ୍ପନ୍ନ ହୋଇ ଘ.୮.୪୫ରେ ରଥକୁ ଆଜ୍ଞା ମାଳ ବିଜେ ନୀତିପରେ ତିନିରଥ ଚକ-ଅଖରେ ତୈଳଲାଗିହୋଇ ରଥ ସିଂହ ଦ୍ୱାର ଯିବାପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହେବ।