*ରଥଖଳାରୁ:ରଥନିର୍ମାଣକାର୍ଯ୍ୟ *୫୨ ତମ ଦିବସ*

*ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ**ତିନିରଥର ମୋଟ ମହାରଣା-୭୮*ତିନିରଥର ମୋଟ ଭୋଇ     -୭୭*ତିନିରଥର ମୋଟ କରତି     –   ୪*ତିନିରଥର ମୋଟ ରୂପକାର – ୧୯*ତିନିରଥର ମୋଟ କମାର    –  ୧୭*ତୁମ୍ବ ବିନ୍ଧ କାରୀଗର             –    ୧*ପାହି ମହାରଣା                     –   ୨*ରଥଖଳା ସହାୟକ(ପାଣିବାଲା)୧                               ମୋଟ-୧୯୯(ସବୁଦିନପରି ଆଜି ସକାଳ ୮ ଟାରେତିନିରଥର ନିର୍ମାଣକାରୀ ଦଳ ରଥଖଳାଠାରେ ଉପସ୍ଥିତ ହୋଇ , ରଥନିର୍ମାଣ କାର୍ଯ୍ୟରେ ଯୋଗଦେଇଥିଲେପରେ ପରେ ରଥ ନିର୍ମାଣକାରୀଙ୍କଉପସ୍ଥାନ ନିଆଯାଇଥଲା)   

 *ରଥ ନିର୍ମାଣ ଅଗ୍ରଗତି*(ତିନିରଥର ଚାରି ଗୋଟି ଲେଖାଁଏଦୁଆର ବେଢ଼ା ରଥ ଉପରକୁ ଉଠିଥିଲା…)    *        ଆଜି ଉକ୍ତ ଦୁଆର ବେଢ଼ା ରଉପର ଭାଗ ‘ଚନ୍ଦ୍ରଶାଳୀ’ ରେ ‘ଧ୍ୱଜ-ବତା’ସଂଯୋଗ ହୋଇ, ଦୁଆର- ବେଢ଼ା ମଜଭୁତ ହୋଇ ରହିବାପାଇଁମଝି ଭୁଇଁ ଶେଣୀରେ କଣ୍ଟା ବସିଫିଟିଙ୍ଗ କରାଯାଇଅଛି। ଏଥିସହଦୁଆର ବେଢ଼ାକୁ ବାନ୍ଧିରଖିବା ପାଇଁପ୍ରତି ଦୁଆର ବେଢାର ନାଟଗୋଡ଼ସହ ଚଉଦ ନାହାକା ରେ ଦୁଇଟିଲେଖାଁଏ ସପୋର୍ଟ ବଟନ ବା’ଦୁଆର ବାଣିଆ’ ପ୍ରତି ରଥପାଇଁ୧୬ ଗୋଟି ଲେଖାଁଏ ଫିଟିଙ୍ଗ କରାଯାଇଅଛି।* ଏଥିସହ ତିନିରଥର କୋଣ ମାନଙ୍କରେ ‘ମଣ୍ଡଣି ବତା’ ଫିଟିଙ୍ଗସହ ତିନି ରଥରେ ‘ହାତିଆଳ’ ବାବତାଫାଳିଆ (କାଠ ବଟନ) ୮ଟିଲେଖାଁଏ ବଡଧରା ପୋଟଳ ଠାରୁଚନ୍ଦ୍ରଶାଳୀ (ଦୁଆର ବେଢ଼ା ଉପର)ପର୍ଯ୍ୟନ୍ତ ଫିଟିଙ୍ଗ ହୋଇଅଛି।*ତିନିରଥର ଚାରି କୋଣ ମାନଙ୍କୁଛାଡି ରଥ ବେଦି  ଚାରି ପାର୍ଶ୍ୱରେପଟା ବାଡ଼ିଆ ଶେଷ ହୋଇଥିଲାଆଜି ତିନିରଥ ର କୋଣ ଗୁଡିକରେପଟା ବାଡ଼ିଆ ସମ୍ପୂର୍ଣ ହୋଇଅଛି।*ଏଥିସହ ତିନିରଥର ପ୍ରଭା ଫିଟିଙ୍ଗପାଇଁ ସିଂହାସନ ବେଦି ପଛଭାଗଚଉଦ ନାହାକାର ପଛ ଦୁଇ ନାହାକାରେ ଦୁଇଟି ଲେଖାଁଏ ଧୂଳିଦଣ୍ଡାଫିଟିଙ୍ଗ କରାଯାଇଅଛି ।*ରୂପକାର*  ତିନିରଥର ରୂପକାର ମାନେ ତିନିରଥ ପ୍ରଭା ରେ ରୂପ ଖୋଦେଇକାର୍ଯ୍ୟ ର ଶେଷ ସ୍ପର୍ଶ ଦେଉଛନ୍ତି। *ଚିତ୍ରକାର*      ତିନିରଥର ୩୫ ଜଣ ଚିତ୍ରକାର ତନି ରଥ ବିଭିର୍ଣ୍ଣ ଅଂଶ ଦୁଡିକରେରଙ୍ଗ କାର୍ଯ୍ୟ ସହ, ଗୁଜ, ପଟାଗୁଜରେଖୋଦେଇ ରୂପ ଗୁଡିକରେ ଚିତ୍ର କାର୍ଯ୍ୟ ସହ  ରଥ ପାର୍ଶ୍ୱ ଦେବ ଦେବୀ,ହଂସ ପଟା, ଇତ୍ୟାଦିରେ ରଙ୍ଗ କାର୍ଯ୍ୟଜାରୀ ରଖିଛନ୍ତି।*ଦରଜୀ କାର୍ଯ୍ୟ*ତିନିରଥର ଦୁଆର ବେଢ଼ା ପାଇଁକଟିଙ୍ଗ ହିଇଥିବା କନାରେ ଡାଳି,ଚକ୍ର ବସି ହାତ ସେଳେଇ କାର୍ଯ୍ୟସହ,ପୋଟଳ କନା  ସେଲେଇକାଯ୍ୟ ଏବଂ କଣି ଚାନ୍ଦୁଆ ବାକନକ ମୁଣ୍ଡି ଚାନ୍ଦୁଆ କାମ ସହ ମହାପ୍ରଭୁଙ୍କ ଲାଗି ଲୁଗା ସିଲେଇକାର୍ଯ୍ୟ ଜାରୀ ରଖିଛନ୍ତି।  *ଅସ୍ଥାୟୀ କମାର ଶାଳ*    ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାଳରେ ଓଝା ମାନେ ତିନିରଥରଧୂଳି ଦଣ୍ଡା ଫିଟିଙ୍ଗ ପାଇଁ ୪ ଗୋଟିଲେଖାଁଏ ୧୨ ଟି ଧୂଳିଦଣ୍ଡା କଣ୍ଟା, 
ଧ୍ୱଜ ବତା ସେଟିଙ୍ଗ ପାଇଁ ତିନିରଥର ୨୪ ଗୋଟି ଧ୍ୱଜ ବତା କଣ୍ଟା,ତିନିରଥର ୬ ଗୋଟି ସିଂହାସନ ରାଏକଣ୍ଟା ନିର୍ମାଣ ସାରି ଯୋଗାଇବାସହତିନିରଥ ପାଇଁ ୨୪ଗୋଟି ଶୁଆ କଣ୍ଟା,ତିନିରଥର (ଶୁଆ ଫିଟିଙ୍ଗ ପାଇଁ)ନାରଜ କଣ୍ଟା ୧୨ ଟି, ତିନିରଥ ରକଳସ ଫିଟିଙ୍ଗ ପାଇଁ ବାଗିଆ କଣ୍ଟା୩୬ ଟି ଲେଖାଁଏ ନିର୍ମାଣ ଜାରୀରଖିଛନ୍ତି।