ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ଆରମ୍ଭରୁ କମ୍ପିଲା ଗୃହ । ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟଗୋଳ । ଗୃହରେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ଅଭିଭାଷଣ ରଖୁଥିବା ବେଳେ ନାରା ବାଜି କଲେ ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନବ ଦାସ ହତ୍ୟା କାଣ୍ଡ ଓରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଲେ । ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିବାରୁ କଂଗ୍ରେସ ସଦସ୍ୟ ଗୃହ ମଧ୍ୟକୁ ଆସି ପ୍ରତିବାଦ କଲେ ଓ ପୋଡିୟମ୍ ତଳେ ଧାରଣାରେ ବସିଲେ ।

କଂଗ୍ରେସ କୁ ସମର୍ଥନ କରି ପରେ ପରେ ବିଜେପି ପ୍ରତିବାଦ ଜଣାଇଲା ଓ କକ୍ଷ ତ୍ୟାଗ କରି ବିଧାନସଭା ପ୍ରବେଶ ପଥରେ ଧାରଣା ଦେଇଥିଲେ । ସରକାର ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ ତା ପରେ ରାଜ୍ୟପାଳ ଗୃହ ରେ ଅଭିଭାଷଣ ରଖନ୍ତ ବୋଲି ଦାବି କରିଛନ୍ତି ବିରୋଧୀ ।

ସେପଟେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ ହଟ୍ଟଗୋଳ । ନବ ଦାସଙ୍କ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୃହରେ ନାରାବାଜି କରିଛି କଂଗ୍ରେସ। ଗୃହର ମଧ୍ୟଭାଗକୁ ଆସି ନାରାବାଜି କଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ବେଳେ ବିରୋଧୀ ବିଜେପି ବିଧାୟକ କକ୍ଷତ୍ୟାଗ କରିଥିବା ବେଳେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ। ବିରୋଧୀ ବିଜେପି କକ୍ଷତ୍ୟାଗ କରିବା ପରେ ବିଧାନସଭାର ପ୍ରବେଶ ପଥରେ ଧାରଣା ଦେଇଛନ୍ତି।