କୃଷକ ଆନ୍ଦୋଳନ କାରଣରୁ ପଞ୍ଜାବ ଓ ହରିୟାଣା ଯାଉଥିବା ୧୯ଟି ଟ୍ରେନ୍ ବାତିଲ୍

ଭାରତୀୟ ରେଳ ବିଭାଗ ପକ୍ଷରୁ କୃଷକ ଆନ୍ଦୋଳନ କାରଣରୁ ପଞ୍ଜାବ ଓ ହରିୟାଣା ଯାଉଥିବା ୧୯ଟି ଟ୍ରେନ୍ କୁ ବାତିଲ୍ କରିଛନ୍ତି । ଉତ୍ତର ରେଳ ରେଲୱେର ଫିରୋଜପୁର ମଣ୍ଡଳରେ କୃଷକ ମାନଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ତେବେ ଟ୍ରେନ୍ ରଦ୍ଦ ହେବା ଫଳରେ ଯାତ୍ରୀଙ୍କୁ ଅନେକ ସମସ୍ୟାରା ସମ୍ମୁଖୀନ ହେବାକୁ ପଡ଼ିଛି
କୃଷକ ଆନ୍ଦୋନଳ କାରଣରୁ ଅନେକ ସଂଖ୍ୟାରେ ଯାତ୍ରୀ ଜମ୍ମୁ-କଶ୍ମୀରରେ ଫଶି ରହିଛନ୍ତି । କେବଳ ଆଜି ନୂହେଁ ପୂର୍ବରୁ ମଧ୍ୟ ଅର୍ଥାତ୍ ଶୁକ୍ରବାର ଦିନ ୨୦ଟି ଟ୍ରେନ୍ ବାତିଲ୍ କରିଦିଆଯାଇଥିଲା । ସୂଚନା ଯୋଗ୍ୟ, ପଞ୍ଜାବର ଆଖୁ ଚାଷୀମାନେ ସେମାନଙ୍କ ଦେୟ ଦେବାକୁ ଦାବି କରି ଜଲନ୍ଦର ରାଜପଥ ଏବଂ ରେଳ ଟ୍ରାକ୍ ଅବରୋଧ କରିଛନ୍ତି। ପ୍ରଶାସନ ଚାଷୀଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛି, କିନ୍ତୁ ଏପର୍ୟ୍ୟନ୍ତ ସେମାନେ ସଫଳତା ମିଳିନି। କୃଷକମାନେ ସେମାନଙ୍କ ଦାବିରେ ଅଡ଼ି ବସିଛନ୍ତି।
କୃଷକ ଆନ୍ଦୋଳନକାରୀମାନେ କହିଛନ୍ତି ଯେ ଆଖୁ ଚାଷୀଙ୍କୁ ବକେୟା ଅର୍ଥ ପ୍ରଦାନ ନ କରିବା ପର୍ୟ୍ୟନ୍ତ ସେମାନେ ଘୁଞ୍ଚିବେ ନାହିଁ । ରାଜପଥ ଏବଂ ରେଳ ଟ୍ରାକ୍ ଏହିପରି ଜାମ୍ ହୋଇ ରହିବ । ସରକାର ଚାଷୀଙ୍କୁ ଠକିଛନ୍ତି। ସେମାନଙ୍କୁ ଆମର ଚାହିଦା ପୂରଣ କରିବାକୁ ପଡିବ ବୋଲି କହିଛନ୍ତି ଚାଷୀ ।

Comments (0)
Add Comment