ଭୁବନେଶ୍ୱର: ନିର୍ବାଚନର ଦୀର୍ଘ ମାସ ପରେ ବି କିଛି ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି । ଏହି ତାଲିକାରେ ମୋଟ ୧୪ ଜଣ ରହିଛନ୍ତି । ସୋମବାର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।ପୂର୍ବତନ ବିଧାୟକ ଅମର ଶତପଥୀ, ମହେଶ ସାହୁ, ଅଳକା ମହାନ୍ତି, ସାଲୁଗା ପ୍ରଧାନ, ଶଙ୍କର ଓରାମ ଓ ପ୍ରୀତୀରଞ୍ଜନ ଘଡ଼ାଇ ପ୍ରମୁଖ କ୍ୱାର୍ଟର୍ସ ଛାଡ଼ିନାହାନ୍ତି । ସନ୍ତୋଷ ସାଲୁଜା ଓ ଜୟନ୍ତୀ ଷଡ଼ଙ୍ଗୀ କ୍ୱାର୍ଟର୍ସରେ ରହିବାକୁ ଆବେଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତିି ।