ଭୁବନେଶ୍ୱର:ଇନକମ ଟ୍ୟାକ୍ସ ଟ୍ରିବୁନାଲର ପୂର୍ବତନ ରେଜିଷ୍ଟାର ନଳିନୀ ନନ୍ଦନ ନାୟକ ଗତକାଲି ରାତିରେ ୮୫ ବର୍ଷ ବୟସରେ ହୃଦଘାତରେ ପରଲୋକ ଗମନ କରିଛନ୍ତି। ଅବସର ପରେ ସେ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ। ବରମୁଣ୍ଡାର ଫକିର ମୋହନ ନାଗରିକ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବରମୁଣ୍ଡା କଲୋନୀର ପରିବେଶ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଥିବା ସ୍ବର୍ଗତ ନଳିନୀ ନନ୍ଦନ ନାୟକ ଜଣେ ଅତ୍ୟନ୍ତ ନମ୍ର, ଉଦାରମନା, ପରୋପକାରି ଜନପ୍ରିୟ ବ୍ୟକ୍ତି ଭାବେ ପରିଚିତ ଥିଲେ। ଫକିର ମୋହନ ନଗରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସ୍ବର୍ଗତ ନାୟକଙ୍କ ଅନେକ ହୁଅବଦାନ ଅବିସ୍ମରଣୀୟ ରହିବ। ତାଙ୍କ ବିୟୋଗରେ ବରମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ତିନୋଟି ଝିଅ ଅଛନ୍ତି।