୯୧ ବର୍ଷରେ ପାଦ ଥାପିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କର ୯୧ତମ ଜନ୍ମ ଦିବସ । ଏହି ଜନ୍ମଦିନ ଅବସରରେ ତାଙ୍କୁ ଦେଶବାସୀ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଶୁଭେଚ୍ଛା ଜଣାଇ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା । ମୁଁ ଆପଣଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଙ୍କର ସେପ୍ଟେମ୍ବର ୨୬ ୧୯୩୨ରେ ବ୍ରିଟିଶ ଇଣ୍ଡିଆର ପଞ୍ଜାବ ପ୍ରାପ୍ତର ଚକୱାଲ ଜିଲ୍ଲାରେ ହୋଇଥିଲା । ବର୍ତ୍ତମାନ ଏହି ଜିଲ୍ଲା ପାକିସ୍ତାନରେ ରହିଛି । ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୧୯୮୨ ରୁ ୧୯୮୫ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରହିସାରିଥିଲେ । ଏହାପରେ ସେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇ ଆମ ଦେଶକୁ ଶାସନ କରିଥିଲେ ।

#manmohan singh