ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର୍‌ ମନମୋହନ୍ ସିଂ ଅସୁସ୍ଥ, ଏମ୍‌ସ୍‌ ରେ ଭର୍ତ୍ତି : ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର୍‌ ମନମୋହନ ସିଂହ ଗତରାତିରେ ଜ୍ୱରରେ ଆକ୍ରାନ୍ତ ହୋଇ ଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍‌ସ୍‌) ଭର୍ତ୍ତି ହୋଇଛନ୍ତି I ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି ଡକ୍ଟର୍‌ ମନମୋହନ ସିଂହଜୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି I ଗତ ମାସରେ ୮୯ ବର୍ଷରେ ପଦାର୍ପଣ କରିଛନ୍ତି ମନମୋହନ ସିଂହ I କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ଲାଗି ଆଜି ମଧ୍ୟ ଏମ୍‌ସ୍‌’ ଯାଇଥିଲେ। ଏ ସଂକ୍ରାନ୍ତରେ ହିନ୍ଦୀରେ ଟୁଇଟ୍‌ କରି ସେ ଲେଖିଛନ୍ତି, ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନୂଆଦିଲ୍ଲୀସ୍ଥିତ ‘ଏମ୍‌ସ୍‌’ରେ ସାକ୍ଷାତ୍‌ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ବୁଝିଲି। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ବୁଧବାର ବିଳମ୍ବିତ ରାତ୍ରୀରେ ଜାରି ହୋଇଥିବା ବୁଲେଟିନ୍‌ରେ ଡାକ୍ତରମାନେ କହିଥିଲେ ଯେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ୍‌ ମାସରେ ସେ କୋଭିଡ୍‌-୧୯ଦ୍ୱାରା ଆକ୍ରାନ୍ତ ହୋଇ ‘ଏମ୍‌ସ୍‌’ରେ ଭର୍ତ୍ତି ହୋଇ ସୁସ୍ଥ ହୋଇଥିଲେ I

Comments (0)
Add Comment