ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ: ନେପାଳ ରାଜନୀତିରେ ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଏକ ହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ନେପାଳ ପୋଲିସ ଗିରଫ କରିଛି। ଗୁଣ୍ଡୁସ୍ଥିତ ତାଙ୍କ ବାସଭବନରୁ ପୋଲିସ ତାଙ୍କୁ ହେପାଜତକୁ ନେଇଛି। ‘କାଠମାଣ୍ଡୁ ପୋଷ୍ଟ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ସେପ୍ଟେମ୍ବର ମାସରେ ହୋଇଥିବା ‘ଜେନ୍-ଜେଡ୍‌’ (Gen-Z) ଆନ୍ଦୋଳନ ସମୟରେ ଘଟିଥିବା କିଛି ଅପରାଧିକ ଘଟଣାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହି ସମୟରେ ପ୍ରତିବାଦ ପ୍ରଦର୍ଶନକୁ ଦମନ କରାଯିବା ପ୍ରକ୍ରିୟାରେ କିଛି ଗମ୍ଭୀର ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି, ଯେଉଁଥିରେ ଓଲିଙ୍କ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ନେପାଳରେ ଚାଲିଥିବା ବ୍ୟାପକ ରାଜନୈତିକ ପରିବର୍ତ୍ତନ ଏବଂ ଆନ୍ଦୋଳନ ମଧ୍ୟରେ ଏହି ଗିରଫଦାରୀ ଦେଶର ରାଜନୈତିକ ସ୍ଥିତିକୁ ଆହୁରି ଜଟିଳ କରିଛି।