ହାର୍ଟଆଟାକରେ ପୂର୍ବତନ ବିଧାୟକଙ୍କର ମୃତ୍ୟୁ !

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ହାର୍ଟ ଆଟାକରେ ଜଣେ ପୂର୍ବତନ ବିଧାୟକଙ୍କର ମୃତ୍ୟୁ ଘଟିଛି । ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯିବା ସମୟରେ ପୂର୍ବତନ ବିଧାୟକଙ୍କର ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହି ଖବର ଦଳୀୟ କର୍ମକର୍ତ୍ତା ଓ ପରିଜନଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଦେଇଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ପ୍ରତାପଗଡ଼ର ପୂର୍ବତନ ବିଧାୟକ ଶୟଦ ଅଲୀ ହାର୍ଟଆଟାକ କାରଣରୁ ମୃତ୍ୟୁବରଣ କରିଛନ୍ତି । ଦୁଇଦିବସୀୟ ସମାଜବାଦୀ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିବା ପାଇଁ ଗତ ୪ ତାରିଖରେ ଅଲୀ ଦଳର ମୁଖିଆ ଅଖିଲେଶ ଯାଦବ ଓ ଶିବପାଲ ଯାଦବ ପ୍ରତାପଗଡ଼ ପହଞ୍ଚିଥିଲେ । ତେବେ ସେଠାରେ ସେମାନଙ୍କୁ ସ୍ୱାଗତ କରିବାକୁ ଯିବା ସମୟରେ ଅଲୀଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।

ଏହାପରେ ସଙ୍ଗେସଙ୍ଗେ ଅଲୀଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଅଲୀଙ୍କ ଅଚାନକ ମୃତ୍ୟୁ ନେଇ ତାଙ୍କର ପରିବାର ସଦସ୍ୟ, ପରିଜନ ଓ ଦଳର ଅନେକ ରାଜନେତା ଶୋକ ବ୍ୟକ୍ତ କରିଛନ୍ତି । ଅଲୀଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ପାଇଁ ଅଖିଲେଶ ତାଙ୍କ ଘରକୁ ଯିବାର ସମ୍ଭାବନା ରହିଛି । ଅଖିଲେଖଙ୍କୁ ସାକ୍ଷାତ କରିବା ପାଇଁ ଅଲୀ ପିଡବ୍ଲ୍ୟୁଡି ଗେଷ୍ଟ ହାଉସରେ ପହଞ୍ଚିଥିଲେ । ସେହି ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହୋଇଥିବା ଜିଲ୍ଲାର କାର୍ଯ୍ୟକର୍ତ୍ତାମାନେ ସୂଚନା ଦେଇଛନ୍ତି ।

health