ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଗିରଫ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ତଥା ସଚିନ ତେନ୍ଦୁଲକର ଙ୍କ ସମସାମୟିକ କ୍ରିକେଟର ବିନୋଦ କାମ୍ବଲି ଗିରଫ I କାମ୍ବଲି ଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ମୁମ୍ବାଇ ବାନ୍ଦ୍ରା ନିକଟରେ ନିଶାଖାଇ ଗାଡି ଚଳାଉଥିବା ବେଳେ ଏକ କାରକୁ ଧକ୍କା ଦେଇଥିଲେ ଏହାପରେ ନିଜ ସୋସାଇଟିର ଗେଟକୁ ଧକ୍କା ଦେଇଥିବା କାରଣୁ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା ।କିନ୍ତୁ ପର ଅବସ୍ଥାରେ ବିନୋଦ କାମ୍ବଲିଙ୍କୁ ବେଲ ମିଳିଯାଇଥିବା ସୂଚନା ମିଳିଛି I

ସୂଚନା ମୁତାବକ ୫୦ ବର୍ଷିୟ ଏହି ପୂର୍ବତନ କ୍ରିକେଟ ଖେଳାଳୀ ନିଶା ଖାଇ ଗାଡି ଚଳାଉଥିଲେ । ପ୍ରଥମେ ଜଣେ ବ୍ୟକ୍ତି ଙ୍କୁ ଧକ୍କା ଦେବା ପରେ ନିଜ ସୋସାଇଟି ଗେଟ କୁ ଜୋରରେ ଧକ୍କା ଦେଇଥିଲେ ଇ ତେଣୁ ତାଙ୍କ ବିରୋଧରେ ମୁମ୍ବାଇ ଥାନାରେ ଅଭିଯୋଗ କରିଥିଲେ ବ୍ୟକ୍ତି ଜଣକ । ଅଭିଯୋଗ ଥିଲା କି କାମ୍ବଲି ମଦ ପିଇ ଗାଡି ଚଳାଉଥିବା ବେଳେ ତାଙ୍କ କାରକୁ ଧକ୍କା ଦେଇଥିଲେ । ଏହି ଅଭିଯୋଗ ପାଇବା ପରେ ବାନ୍ଦ୍ରା ପୋଲିସ କାମ୍ବଲିଙ୍କୁ ଗିରଫ କରିଥିଲା । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଅଭିଯୋଗକାରୀଙ୍କ ଗାଡିକୁ କାମ୍ବଲି ସୋସାଇଟ ଗେଟ ନିକଟରେ ଧକ୍କା ଦେଇଥିଲେ ।
କିଛି ଦିନ ତଳେ କାମ୍ବଲୀ ଏକ ସାଇବର ଠକେଇର ଶିକାର ହୋଇଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। କେୱାସି ଅପଡେଟ୍ ନାଁରେ ଜଣେ ଠକ ନିଜକୁ ବ୍ୟାଙ୍କ କର୍ମଚାରୀ କହି କାମ୍ବଲୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଠକି ନେଇଥିଲା। ଏହାକୁ ନେଇ କାମ୍ବଲୀ ବାନ୍ଦ୍ରା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ, ଯାହା ପରେ ସାଇବର୍ ଟିମ୍ ତୁରନ୍ତ ଆକ୍ସନ ନେଇଥିଲା। ତଦନ୍ତ ପରେ କାମ୍ବଲୀ ନିଜର ଟଙ୍କା ଫେରିପାଇଥିଲେ।