ନୂଆଦିଲ୍ଲୀ: ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ଆଜି ପରଲୋକ ହୋଇଯିୟାଇଛି। ସେ ତାଙ୍କ ଗୁରୁଗ୍ରାମ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଓମ ପ୍ରକାଶ ପାଞ୍ଚଥର ହରିୟାଣାର ମୁଖ୍ୟମନ୍ତ୍ରୀ ଥିଲେ। ସେ ଡିସେମ୍ବର ୨ ତାରିଖ ୧୯୮୯ ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୭୧ ଦିନ ଏହି ପଦବୀରେ ରହିଲେ। ଏହା ପରେ, ସେ ଜୁଲାଇ ୧୨ ତାରିଖ ୧୯୯୦ ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ପାଞ୍ଚ ଦିନ ପାଇଁ ଏହି ପଦବୀରେ ରହିଥିଲେ। ଓମ ପ୍ରକାଶ ପୁଣି ମାର୍ଚ୍ଚ ୨୨ ତାରିଖ ୧୯୯୧ ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୫ ଦିନ ରହିଥିଲେ। ସେ ପୁଣି ୨୪ ଜୁଲାଇ ୧୯୯୯ ରେ ମୁଖ୍ୟମନ୍ତ୍ରୀର ଚେୟାରରେ ବସି ମାର୍ଚ୍ଚ ୨ ତାରିଖ ୨୦୦୦ ପର୍ଯ୍ୟନ୍ତ ରହିଥିଲେ। ଏହା ପରେ ସେ ତାଙ୍କର କାର୍ଯ୍ୟକାଳ ପାଞ୍ଚ ବର୍ଷ ପୂରଣ କରିଥିଲେ।