ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଲଣ୍ଡନରେ ଆକ୍ରମଣ ଉଦ୍ୟମ, ଗାଡ଼ି ଆଗକୁ ଚାଲିଆସିଲେ ଖଲିସ୍ତାନୀ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଲଣ୍ଡନ ଗସ୍ତରେ ରହିଛନ୍ତି । ଲଣ୍ଡନରେ ଚଥାମ ହାଉସ ଥିଙ୍କ ଟ୍ୟାଙ୍କରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଉ କାର୍ଯ୍ୟକ୍ରମ ସ୍ଥଳକୁ ଯାଉଥିବା ବେଳେ ଖଲିସ୍ତାନୀ ଆତଙ୍କବାଦୀମାନେ ଜୟଶଙ୍କରଙ୍କ କାରକୁ ଅଟକାଇ ଆକ୍ରମଣ କରିବା ସହିତ ଗାଡ଼ି ସାମ୍ନାରେ ଭାରତୀୟ ପତାକାକୁ ଚିରି ଦେଇଥିଲେ । ଏହା ସହିତ ବହୁ ଖଲିସ୍ତାନୀ ଆତଙ୍କୀ ରାସ୍ତାପାର୍ଶ୍ବରେ ବିରୋଧ ପ୍ରଦର୍ଶନ କରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଜୟଶଙ୍କରଙ୍କୁ ଆକ୍ରମଣ ସମୟର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଜୟଶଙ୍କରଙ୍କ କାର ଆଗକୁ ଦୌଡି ଆସି କାର୍ ରୋକିବାକୁ ଚେଷ୍ଟା କରୁଛନ୍ତି । ଏହାସହିତ ଲଣ୍ଡନ ପୋଲିସ ସମ୍ମୁଖରେ ଭାରତୀୟ ଜାତୀୟ ପତାକାକୁ ଚିରି ଦେଉଛି । ଜୟଶଙ୍କରଙ୍କ ଗାଡ଼ିକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛି । ଏହି ସମୟରେ ପୋଲିସ ସେହି ବ୍ୟକ୍ତିଙ୍କୁ ସେଠାରୁ ତୁରନ୍ତ ଧରି ହଟାଉଛି । ସୂଚନାଯୋଗ୍ୟ, ଜୟଶଙ୍କର ବର୍ତ୍ତମାନ ମାର୍ଚ୍ଚ ୪ରୁ ୯ ପର୍ଯ୍ୟନ୍ତ ବ୍ରିଟେନ ଗସ୍ତରେ ରହିଛନ୍ତି । ଏହି ସମୟରେ ସେ ବ୍ରିଟିଶ ବୈଦେଶିକ ସଚିବ ଡେଭିଡ ଲାମିଙ୍କ ସମେତ ଏନ୍ୟ ଗୁରୁତ୍ଵପୂର୍ଣ୍ଣ ପଦାଧିକାରୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଚଥାମ ହାଉସ ଥିଙ୍କ ଟ୍ୟାଙ୍କରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି, ପାକିସ୍ତାନ ଭାରତ ଠାରୁ ଯେଉଁ ଅଂଶ (POK) ନେଇଛି, ଏବେ ତାହା କେମିତି ଫେରି ଆସିବ, ତା’ ଅପେକ୍ଷାରେ ସମସ୍ତେ ରହିଛନ୍ତି । ସେହି ଅଂଶ ଫେରି ଆସିଲେ ଜମ୍ମୁ କଶ୍ମୀରର ସଂପୂର୍ଣ୍ଣ ଶାନ୍ତି ଫେରି ଆସିବ ।

Foreign Minister S. Attempted attack on Jaishankar in London