ଲଗାତାର ୮ ମ ଦିନରେ ଗୃହରେ ଅଚଳ ଅବସ୍ଥା ଜାରି

ମମିତା ମେହେର ମୃତ୍ୟୁ କୁ ନେଇ ବିରୋଧୀ ଦଳ ଙ୍କ ପକ୍ଷରୁ ଲଗାତାର ୮ମ ଦିନ ପାଇଁ ଗୃହ କୁ ଅଚଳ କରାଯାଇଛି I ପ୍ରତିଦିନ ୩ ଦଳ ଙ୍କ ମଧ୍ୟରେ ଗୋଡ ଟଣାଟଣି ହୋଇ ହଟ୍ଟଗୋଳ କରିବା ଦ୍ୱାରା ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି I ଫଳରେ ବାଧ୍ୟ ହୋଇ ପ୍ରତିଦିନ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରୁଛନ୍ତି ବାଚସ୍ପତି । ଆଜି ମଧ୍ୟ ମମିତା ମାମଲାରେ ମଧ୍ୟ ବିଧାନସଭାରେ ହାଇଡ୍ରାମା ଦେଖିବାକୁ ମିଳିଛି । ଆରମ୍ଭରୁ ଗୃହ ମଧ୍ୟଭାଗରେ ସବୁ ଦଳର ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ଏଥିଯୋଗୁଁ ଗୃହରେ ଅଚଳାବସ୍ଥା ଜାରି ରହିଥିଲା ସେହିପରି ଆଜି ପୁଣି ଗୋବିନ୍ଦଙ୍କ ଓକିଲଙ୍କୁ ନେଇ ବିଜେଡି-ବିଜେପି ମଧ୍ୟରେ ଏକ ନୂଆ ମୁଦ୍ଦା କୁ ନେଇ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ବିଜେପି ସଦସ୍ୟମାନେ ଗୋବିନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବାର ଏକ ଫଟୋ ଗୃହରେ ଦେଖାଇଥିଲେ । ବିଜେଡି ସଦସ୍ୟମାନେ ମଧ୍ୟ ଗୋବିନ୍ଦଙ୍କ ଓକିଲଙ୍କ ସହ ଧର୍ମେନ୍ଦ୍ର ଉପସ୍ଥିତ ଥିବା ଫଟୋ ଦେଖାଇଥିଲେ ।
ଏଥିଯୋଗୁ ପ୍ରବଳ ହଟ୍ଟଗୋଳ ଦେଖାଦେବାରୁ ବାଚସ୍ପତି ପ୍ରଥମେ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ । ୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ହେଲା ପରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଓ କଳା ଗାମୁଛା ପକାଇଥିଲେ ବିଜେପି ସଦସ୍ୟ। କଂଗ୍ରେସ ବି ପ୍ଲାକାର୍ଡ ଦେଖାଇ ଜୋରଦାର ପ୍ରତିବାଦ କରିଥିଲା । ଏଥିଯୋଗୁଁ ଆଉ ୩୦ ମିନିଟ ପାଇଁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ । ଏହାପରେ ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକ ସତ୍ତ୍ୱେ ବିଧାନସଭାରେ ଅଚଳାବସ୍ଥା ଜାରି ରହିବାରୁ ଗୃହକୁ ଅପରାହ୍ନ ୪ଯା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।
ଏନେଇ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ବିଜେପିର ଦୋମୁହାଁ ନୀତି ଓ ଦୋହରା ରାଜନୀତି ବିଷୟରେ ପୂର୍ବରୁ ଖୁଲାସା କରିଥିଲି। ଗୋଟିଏ ପଟେ ଦଳର ନେତା ନୀତି ଆଦର୍ଶ କଥା କହୁଛନ୍ତି, ଅନ୍ୟପଟେ ଆସାମୀକୁ ଖସାଇବା ପାଇଁ ତାଙ୍କ ଚିନ୍ତାଧାରରେ ଅନୁପ୍ରାଣିତ ଲୋକଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଛି।
ଏନେଇ ବିଜେପି ବିଧାୟକ ମୋହନ ମାଝି କହିଛନ୍ତି, ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ରହିଥିଲା। ନବୀନ ନିବାସକୁ ତାଙ୍କର ଅବାଧ ପ୍ରବେଶ ଥିଲା। ଏଥିରୁ ଜଣାପଡ଼ୁଛି ଗୋବିନ୍ଦ ସାହୁ କେତେ ଶକ୍ତିଶାଳୀ ଥିଲା। ଦିବ୍ୟଶଙ୍କର ତାଙ୍କୁ ସୁରକ୍ଷା ଦେଉଥିଲେ। ଅପରପକ୍ଷେ, ଗୋବିନ୍ଦ ସାହୁଙ୍କ ମାମଲା ଲଢ଼ୁଥିବା ମୋହନଲାଲ ଶର୍ମା ବିଜେପିର ନୁହନ୍ତି। ଏହାର ପ୍ରମାଣ ବିଜେଡି ଦେଇପାରି଼ବ କି? ସେ ଜଣେ ଓକିଲ, ସେ ନିଜ ଇଚ୍ଛାରେ କାହା ପାଇଁ ବି ଓକିଲାତି କରିପାରନ୍ତି।
ଏନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଗତ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ବିଧାନସଭାରେ କିଛି କାର୍ଯ୍ୟ ହୋଇପାରୁନି। ଏଥିପାଇଁ ସରକାର ଦାୟୀ ଇ ଏହି ଭଳି ଭାବରେ ଉଭୟ ଶାସକ ଏବଂ ବିରୋଧୀ ଦଳ ଙ୍କ ମଧ୍ୟରେ ଆକ୍ରମଣଓ ପ୍ରତିଆକ୍ରମଣ ଫଳରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହେଇଛି I

Comments (0)
Add Comment