ଖାଦ୍ୟରେ ବିଷକ୍ରିୟା ଘଟଣା : ପୁଅ-ଝିଅଙ୍କ ପରେ ଆଜି ଆଖି ବୁଝିଲେ ମା’,ବାପା ଗୁରୁତର

ବଡ଼ମ୍ବା: ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଗୋଟିଏ ପରିବାରରୁ ଚାଲିଗଲା ୩ ଜୀବନ । ଗତକାଲି ସକାଳେ କଟକ ବଡ଼ଡ଼ାକ୍ତର ଖାନରେ ପ୍ରଥମେ ଝିଅ ଓ ପରେ ପୁଅର ମୃତ୍ୟୁ ଘଟିଥିଲା I ଗୁରୁତ୍ତର ଅବସ୍ଥାରେ ମା’ଓ ବାପାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଯାଇଥିବାବେଳେ ଆଜି ମା’ଙ୍କର ମୃତ୍ୟୁ I ବର୍ତ୍ତମାନ ପର୍ଯ୍ୟନ୍ତ ବାପା ସଙ୍କଟାପନ୍ନ ଅବସ୍ଥାରେ ଆଇସିୟୁ ରେ ଚିକିତ୍ସାଧୀନ ଅଛନ୍ତି I

ଏହିପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କଟକ ଜିଲ୍ଲା ବଡମ୍ବା ମାଣିଆବନ୍ଧ ଅଧିନ ଅଭିମାନପୁର ବୀରବରପୁର ଗାଁରେ
ଗତ ଗୁରୁବାର ରାତିରେ ଏହି ଗାଁ ର ଗୋବିନ୍ଦ ପାତ୍ର, ତାଙ୍କ ସ୍ତ୍ରୀ ରୂପI ପାତ୍ର , ପୁଅ ରୁଦ୍ର ଓ ଝିଅ ରୁଚିକା ଘରେ ମାତ୍ର ଘୁଗୁନି ଚାଟ୍‌ ଓ ଭାତ ଖାଇଥିଲେ I ଏସବୁ ଖାଇବା ପରେ ରାତିରେ ସେମାନଙ୍କର ଝାଡ଼ାବାନ୍ତି ହୋଇଥିଲା। ତେଣୁ ତା’ପରଦିନ ଅର୍ଥାତ୍ ଶୁକ୍ରବାର ସକାଳେ ସମସ୍ତେ ଅଟୋ ଯୋଗେ ନିକଟସ୍ଥ ମାଣିଆବନ୍ଧ ଡାକ୍ତରଖାନାକୁ ଯାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳେ ପ୍ରଥମେ ପୁଅ ରୁଦ୍ର ଏବଂ ପରେ ଝିଅ ରୁଚିକାର ର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଆଜି ମେଡିକାଲରେ ଚିକିତ୍ସିତ ହେଉଥିବା ମା ରୂପା ପାତ୍ରଙ୍କର ବି ମୃତ୍ୟୁ ହୋଇଛି । ଏହି ଘଟଣା ପ୍ରଚାରିତ ହେବାପରେ ସାରା ବୀରବରପୁର ଗାଁରେ ଶୋକର ଛାୟା ଖେଳି ଯାଇଛି I

3 DEATHFOOD POISIONODISHA