୨୪ରେ ଓଡ଼ିଶାରେ ଫୁଟିବ ଫୁଲ : ଅନୁରାଗ ଠାକୁର

 ୨୦୨୪ ରେ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି। ଓଡିଶା ଗସ୍ତରେ ଆସି ସାମ୍ୱାଦିକ ସମ୍ମିଳନୀ କରି ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ସେ କହିଛନ୍ତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦଳ। ଓଡ଼ିଶାରେ  କାର୍ଯ୍ୟକର୍ତ୍ତାଙ୍କ ଦମରେ ଲଢ଼ିବ ବିଜେପି ଆଉ ଭଲ ଫଳାଫଳ ମଧ୍ୟ କରିବ।ଓଡ଼ିଶାକୁ କେଉଁଠି ଭେଦଭାବ କରିନୁ। ଗଣତନ୍ତ୍ରରେ ଜନତା ବଡ଼। ତେଣୁ ଓଡ଼ିଶାରେ ବିଜେପି ନିଜ ଦମରେ ଲଢି ଭଲ ଫଳାଫଳ କରିବ। 

ନବୀନଙ୍କ ଜନବିରୋଧୀ ଜବାବ ରଖିଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। କହିଲେ କେହି ଜନ ବିରୋଧୀ ହୋଇ ପାରିବେ ନାହିଁ।  ସରକାର ବିରୋଧୀ ହୋଇଥିବେ। ବିଜେପି ଓ ମୋଦି ସରକାର ଗରିବ ଲୋକଙ୍କର । ବିଜେପି ଗରିବ କଲ୍ୟାଣ ପାଇଁ ଲୋକଙ୍କ ହିତ କଥା ଉଠାଉଛି।  ଆମର କେମିତି ଜନ ବିରୋଧୀ ହେଲୁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି।  ମୋଦୀ ଜନବିରୋଧୀ କଥା କହି ନାହାନ୍ତି। ତେଣୁ ଜନ ବିରୋଧୀ ନୁହେଁ ବିରୋଧୀ ସରକାର କହିଥିବେ। 

ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର। ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା। କେନ୍ଦ୍ର ସରକାର ତାଙ୍କୁ ନୋଟିସ କରିଥିଲେ। ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା। ଓଡ଼ିଶାରେ ବି କେନ୍ଦ୍ରୀୟ ଯୋଜନାରେ ମଧ୍ୟ  କାର୍ଯ୍ୟାନୁଷ୍ଠାନ ହେବ। ନୋଟିସ ଦିଆଯାଇଛି ଉତ୍ତର ନମିଳିଲେ ପୁଣି ନୋଟିସ ହେବ। ଏହା ସହ ଓଡିଶାକୁ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇଛନ୍ତି ଅନୁରାଗ ଠାକୁର। କଂଗ୍ରେସ ସରକାର ସମୟରେ ଓଡିଶାକୁ ମାତ୍ର ୨ ଲକ୍ଷ କୋଟି ୬୩ ହଜାର ୨୪୩ କୋଟି ମିଳିଥିଲା ହେଲେ ଏନଡିଏ ସରକାର ବେଳେ ଏହା ୧୮ ଲକ୍ଷ ୮୩ ହଜାର ୬୫୪ କୋଟିରେ ପହଞ୍ଚିଛି। ଏନଡିଏ ସମୟରେ 50000 କୋଟି ରାଜସ୍ୱ ମିଳିଛି ଖଣି କ୍ଷେତ୍ରରୁ. କଂଗ୍ରେସ ସମୟରେ ମାତ୍ର 5000 କୋଟି ମିଳୁଥିଲା।ରାଜ୍ୟ ସରକାର ସେସବୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରୁଛନ୍ତି।  ଏହା ମହିଳା ସଂରକ୍ଷଣ ବିଲ ଏବଂ ଜି ୨୦ ଭାରତକୁ ବିଶ୍ୱରେ ନୂଆ ପରିଚୟ ଦେଇଛି। ଏହାର ଶ୍ରେୟ ମୋଦୀଙ୍କର।