ଭୁବନେଶ୍ୱରରେ ଆଉ ୫ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା

ନୂଆବର୍ଷ ଆରମ୍ଭ ଠାରୁ ରାଜ୍ୟ ରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି I ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୫ଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଭୁବନେଶ୍ୱରରେ ଆଜି ଆଉ ୫ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି ।ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସାଇ ମନ୍ଦିର ନିକଟସ୍ଥ ଏକ ପ୍ଲଟରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉକ୍ତ ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହିପରି ଆଚାର୍ଯ୍ୟ ବିହାର ଅନ୍ତର୍ଗତ ପାଣି ଟାଙ୍କି, ସତ୍ୟନଗର, ବାପୁଜି ନଗର, ଟଙ୍କ ପାଣି ରୋଡ଼ ଅଧିନସ୍ଥ ବିଷ୍ଣୁ ନଗର ଆଦି ଅଞ୍ଚଳ ମାନଙ୍କରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫ଟି ଅଂଚଳରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ କୁହାଯାଇଛି । ଏହି ଅଂଚଳ ପରିସରକୁ କୌଣସି ବାହର ଅଂଚଳର ଲୋକଙ୍କୁ ଯିବାକୁ ବାରଣ କରାଯାଇଛି ।
ଏହି ଅଞ୍ଚଳର ସମସ୍ତ ବାସିନ୍ଦାଙ୍କ ଜରୁରୀ ସାମଗ୍ରୀ ବିଏମସି ପକ୍ଷରୁ ଯୋଗାଇଦିଆଯିବ । ଏଥିପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ୱାର୍ଡ଼ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଭୁବନେଶ୍ୱର ଡ଼ିସିପିଙ୍କୁ ଅନୁରୋଧ କରାଯାଇଛି ।

Comments (0)
Add Comment