ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦ୍‌‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଶନିବାର ପୂର୍ବାହ୍ନରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌‌ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି।

ବନ୍ଦେ ଉତ୍କଳ ଜନନୀ ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସଭିଏଁ ବନ୍ଦେ ଉôକଳ ଜନନୀ ଗୀତ ଗାନ କରିଛନ୍ତି।ଦେଶ ବିଦେଶର ଶତାଧିକ ଲେଖକ,ସାହିତ୍ୟିକଙ୍କ ସମାଗମ ହୋଇଛି। ଅନ୍ତର୍ଜାତୀୟ ସ୍ତରର ବହୁ ବିଶିଷ୍ଟ ଭାଷାବିତ୍‌‌ ଏଥିରେ ଉପସ୍ଥିତ ରହିଛନ୍ତି। ଶନିବାର ଠାରୁ ବିଶାଳ ଭାଷା ସମ୍ମିଳନୀର ଉଦଘାଟନୀ ପର୍ବ ଆରମ୍ଭ ହୋଇଥିବା ଏହି ୩ ଦିନ ଧରି ଏହି ସମ୍ମିଳନୀ ଚାଲିବ।

ଏଥିରେ ଦେଶ ବିଦେଶର ଓଡିଆ ଭାଷାବିତ୍‌‌ ଯୋଗ ଦେଉଛନ୍ତି। ଏହି ସମ୍ମିଳନୀର ପ୍ରସଙ୍ଗ ହେଉଛି ଭାଷା ହିଁ ଭବିଷ୍ୟତ। ଏହି କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସୁଜାତା ରାଉତ କାର୍ତ୍ତିକେୟନ ସ୍ୱାଗତ କରିଛନ୍ତି।