ବବିଙ୍କ ନାମରେ ଏତଲା

ଭୁବନେଶ୍ୱର: ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ନାମରେ ଏତଲା ଦିଆଯାଇଛି । ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି ବବିଙ୍କ ବିରୋରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସରକାରୀ ବାସଭବନରେ ଅନୁମତି ନନେଇ ନିର୍ମାଣ କାର୍ଯ୍ୟ କରିଥିବା ଶ୍ରୀ ମହାନ୍ତି  ଅଭିଯୋଗ କରିଛନ୍ତି । ସ୍ୱତନ୍ତ୍ର କମିଟି ଗଠନ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଶ୍ରୀ ମହାନ୍ତି ଲିଖିତ ଅଭିଯୋଗପତ୍ରରେ ଦାବି କରିଛନ୍ତି ।  ତେବେ ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତିଙ୍କ ଅଭିଯୋଗ ସମ୍ପର୍କରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।  ପ୍ରକାଶଯେ ବବି ତାଙ୍କୁ ଆବଣ୍ଟିତ ହୋଇଥିବା ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସର ଦୁଇ ପାର୍ଶ୍ୱରେ ଥିବା ୨ଟି ସରକାରୀ କ୍ୱାର୍ଟର୍ସ ଯଥା-ଭିଆଇଆଇଏମଆର-୨ ଏବଂ ଭିଆଇଆଇଆର-୧ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର୍ସ ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ । ଏହାସହିତଅଢ଼େଇ ହଜାର ବର୍ଗଫୁଟ ଅଂଚଳରେ  ଆଲିଶାନ ଘର ନିର୍ମାଣ କରିଥିଲେ ।  ଏବେ ବିଜେଡି କ୍ଷମତାରୁ ଯିବାପରେ ବବି ସେହି ଘରକୁ ଭାଙ୍ଗି ଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।