କରୋନା ପରେ‘ଫ୍ଲୋରୋନା’ଜାଣନ୍ତୁ ପ୍ରଥମେ ଚିହ୍ନଟ ହେଲେ କେଉଁଠି ?

ଭାରତ ସମେତ ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢୁଛି । ଏହି ସମୟରେ ଇସ୍ରାଏଲରେ ଆଉ ଏକ ସଂକ୍ରମଣ ବୃଦ୍ଧି ପାଇଛି । ପ୍ରଥମ କରି ଇସ୍ରାଏଲ ରେ ‘ଫ୍ଲୋରୋନା’ ସଂକ୍ରମଣ ମାମଲା ଏଠାରେ ପଞ୍ଜିକୃତ ହୋଇଛି। ଏହି ରୋଗ କରୋନା ଏବଂ ସ୍ୱାଇନ୍ ଫ୍ଲୁର ଦ୍ୱିଗୁଣ ସଂକ୍ରମଣ, ଯାହା ଇସ୍ରାଏଲ୍ ଖବରକାଗଜ ଦ୍ୱାରା ପ୍ରକାଶ ପାଇଛି।ବର୍ତ୍ତମାନ ସୁଦ୍ଧା ଏହି ପରି କେବଳ ଜଣେ ଆକ୍ରାନ୍ତ ଠାବ ହୋଇଛନ୍ତି।
ଆରବ ନ୍ୟୁଜ୍ ଗୁରୁବାର ପ୍ରସାରିତ ଖବରରେ ପ୍ରଥମ ଥର ଫ୍ଲୋରାନା ସମ୍ପର୍କରେ ସୂଚିତ କରିଥିଲେ। ଏଥିରେ ଏହା ପ୍ରଥମ ମାମଲା ବୋଲି କୁହାଯାଇଥିବା ବେଳେ ହୁଏତ ଏହା ଆଗକୁ ଗୁରୁତର ନ ହେବା ସେ ନେଇ ଏପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ। ଏଥିରେ ଇସ୍ରାଏଲ ଜାତୀୟ ସ୍ୱାସ୍ଥ୍ୟ କର୍ମୀମାନେ ଦେଶରେ ଦୁର୍ବଳ ଇମ୍ୟୁନୋ ଲୋକଙ୍କୁ କୋଭିଡ ଟିକାର ଚତୁର୍ଥ ଡୋଜଦେବା ଆରମ୍ଭ କରିଛନ୍ତି। ଫ୍ଲୋରାନା ନେଇ ଇସ୍ରାଏଲି ସମ୍ବାଦପତ୍ର ‘ଏଇଡଟ ହାର୍ନୋଟ’ ଅନୁସାରେ ଚଳିତ ସପ୍ତାହରେ ରେବିନ ମେଡିକାଲ ସେଣ୍ଟରକୁ ଆସିଥିବା ଜନୈକ ପ୍ରସୂତୀଙ୍କ ଠାରେ ଏହି ଦୋହରା ସଂକ୍ରମଣର ମାମଲା ଚିହ୍ନଟ ହୋଇଛି।
ତେବେ ଏ ନେଇ ଇସ୍ରାଏଲ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂତ୍ରରୁ କୌଣସି ସୂଚନା ଆସି ନାହିଁ। ଏଣୁ ଏହା ଦୁଇଟି ପୃଥକ ଭୂତାଣୁ ସଂଯୋଜନାରେ ଜଟିଳ ରୋଗର କାରଣ ହେବ କି ନା ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ। ଏମିତିରେ ଏହା ଇସ୍ରାଏଲର ପ୍ରଥମ କେସ୍, ହେଲେ ଆଶଙ୍କା କରାଯାଉଛି ଅନ୍ୟ ଆକ୍ରାନ୍ତଙ୍କ ଠାରେ ମଧ୍ୟ ଫ୍ଲୋରାନା ମହଜୁଦ ଥାଇପାରେ। ଏହାର ଯାଞ୍ଚ ଏପର୍ଯ୍ୟନ୍ତ ହୋଇ ନଥିବାରୁ ସମ୍ପୂର୍ଣ୍ଣ ପ୍ରକରଣ ସାମ୍ନାକୁ ଆସି ନାହିଁ।
ଇସ୍ରାଏଲ ରେ ସବୁଠାରୁ ଅଧିକ ଦୁର୍ବଳ ରୋଗ ର୍ବଳ ରୋଗ ପ୍ରତିରୋଧକ ବ୍ୟକ୍ତି,ତଥା ଅଧିକ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରାଳୟ ମହାନିର୍ଦ୍ଦେଶକ ନଚମନ ଏସ୍ ଦେଶରେ ଓମିକ୍ରନ ଭାରିଣ୍ଟ ମୁକାବିଲା ଲାଗି ଦ୍ୱିତୀୟ ବୁଷ୍ଟର ଡୋଜ ଲାଗି ଅନୁମତି ଦେଇଛନ୍ତି। ବିଶ୍ୱରେ ଇସ୍ରାଏଲ ପ୍ରଥମ ଏପରି ଏକ ଦେଶ ଯେଉଁଠି ଲୋକଙ୍କୁ ଦ୍ୱିତୀୟ ବୁଷ୍ଟର ଡୋଜ ଦେବା ଲାଗି ସ୍ୱାସ୍ଥ୍ୟ ବିଭାଗ ଅନୁମତି ଦେଇଛନ୍ତି।

Comments (0)
Add Comment