ଆନ୍ତଃ ଜୋନ ପୁରୁଷ ଭଲିବଲ ଟୁର୍ନାମେଣ୍ଟ : ଜି.ସି.ପି.ଇ ରନର୍ସ ଅପ୍

ଭୁବନେଶ୍ୱର, ତା, ୬/୧୧/୨୦୨୩) – ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କାଉନସିଲ୍ ଦ୍ଵାରା ପ୍ରଯୋଜିତ ଇଣ୍ଟର ଜୋନାଲ୍ ପୁରୁଷ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ସଫଳତାର ସହ ଉଦଯାପିତ ହୋଇଯାଇଛି।

ଏହି ଟୁର୍ଣ୍ଣାମେଣ୍ଟରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ( ଜି.ସି.ପି.ଇ), ଭୁବନେଶ୍ୱରର ପୁରୁଷ ଦଳ ଉତ୍ତମ ପ୍ରଦର୍ଶନ ସତ୍ତ୍ଵେ ଫାଇନାଲ ମ୍ଯାଚରେ ଅଡ଼ଶପୁର ମହାବିଦ୍ୟାଳୟ ଦଳ ଠାରୁ ୩-୧ (୨୫-୨୩‚୨୫-୨୨,୧୯-୨୫,୨୯-୨୭) ପଏଣ୍ଟ ବ୍ୟବଧାନରେ ପରାସ୍ତ ହୋଇ ରନର୍ସ ଅପ୍ ହୋଇଥିଲା ।

ଏଥି ପୂର୍ବରୁ ଜି.ସି.ପି.ଇ  ଏହାର ପ୍ରଥମ ମ୍ୟାଚରେ ୟୁ.ଏନ୍. ଏସ୍ ମୁଗୁପାଳ ମହାବିଦ୍ୟାଳୟ  ଦଳକୁ ୨-୦ ସେଟ୍ ରେ ପରାସ୍ତ କରି ଏହାର ବିଜୟ ଅଭିଯାନ ଆରମ୍ଭ କରିଥିବା ବେଳେ ସେମିଫାଇନାଲ ମ୍ୟାଚରେ ସାତପଡ଼ା ମହାବିଦ୍ୟାଳୟକୁ ୩-୦ ସେଟ୍ ରେ ପରାସ୍ତ କରି ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା।

ଜି.ସି.ପି.ଇ ପୁରୁଷ ଭଲିବଲ୍  ଦଳରେ ଜିତେନ୍ଦ୍ର, ରଶ୍ମି, ସୁକୁମାର, ଶୁଭଂକର, ଦେବରାଜ, ଚନ୍ଦ୍ରକାନ୍ତ, ଶୁଭ୍ରାଂଶୁ,ବିବେକ,ରାକେଶ, ଘନଶ୍ୟାମ, ଆଶିସ୍, ପଙ୍କଜ ଆଦି ଖେଳାଳୀମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ  ରହିଥିଲା। ଅଧ୍ୟାପିକା ଶ୍ରୀମତୀ ପତ୍ରପୁଷ୍ପା ମହାନ୍ତି ଜି.ସି.ପି.ଇ ପୁରୁଷ ଦଳର ପ୍ରଶିକ୍ଷକ ତଥା ପରିଚାଳକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଦଳର ଉତ୍ତମ ପ୍ରଦର୍ଶନ ପାଇଁ  ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତାରାଣୀ ଟପ୍ପୋ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।