ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରସ୍ତୁତି ,ଭୋଟ ଦାନ କେନ୍ଦ୍ରରେ କୋଭିଡ ସଂକ୍ରମିତ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରସ୍ତୁତି ଚୂଡାନ୍ତ ହେଇସାରିଛି I ମଙ୍ଗଳବାର ଅପରାହ୍ନ ସୁଦ୍ଧା ପୋଲିଂ ପାର୍ଟି ସମସ୍ତ ବୁଥରେ ପହଞ୍ଚିବେ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତାରେ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ ପଡିବ ଭୋଟ । ପ୍ରଥମ ପର୍ଯ୍ୟାୟରେ ମୋଟ ୨୨,୩୭୯ଟି ବୁଥରେ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ପ୍ରଥମ ପର୍ଯ୍ୟାୟରେ ମୋଟ ୩୩୫୭ଟି ସମ୍ବେଦନଶୀଳ ବୁଥ ରହିଛି । ପ୍ରଥମ ପର୍ଯ୍ୟାୟରେ ୨୦୦ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ଚାଲିବ । ଏଥିପାଇଁ ପୋଲିଂ ଅଧିକାରୀଙ୍କୁ ମତଦାନ ହେବାକୁ ଥିବା ବୁଥରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିହ୍ନଟ ହୋଇଥିବା ତଥ୍ୟ ଅନୁସାରେ ୨୨୩୭୯ଟି ବୁଥ୍‌ ମଧ୍ୟରୁ ୩୩୫୭ଟି ସମ୍ବେଦନଶୀଳ ରହିଛି । ପ୍ରାୟ ୨୨୫ ପ୍ଲାଟୁନ ପୋଲିସ ଫୋର୍ସ ବୁଥ୍‌ର ସୁରକ୍ଷା ଦାୟିତ୍ୱରେ ମୁତୟନ କରାଯାଇଛି । ମୋଟ ୭୨୬ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଅଛନ୍ତି ।ସେହିପରି ମତଦାନ ଲାଗି ପରିଚୟ ପତ୍ର ବାଧ୍ୟତାମୂଳକ । ଭୋଟର ଆଇ କାର୍ଡ ନଥିଲେ ମଧ୍ୟ ଅନ୍ୟ ୧୩ଟି ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । ବୁଥ୍‌କୁ ଯିବା ସମୟରେ ମାସ୍କ ପିନ୍ଧିବା ଜରୁରୀ । ଭୋଟ ଦାନ କେନ୍ଦ୍ରରେ କୋଭିଡ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ କରୋନା କଟକଣା ମାନିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସମସ୍ତ ଭୋଟରଙ୍କୁ ଅପିଲ୍ କରିଛନ୍ତି ।