ରାଜଧାନୀରେ ୫୦ ପ୍ରତିଶତ ଡବଲଡୋଜ ଟିକାକରଣ

ବର୍ତ୍ତମାନ ରାଜଧାନୀ ଦିଳ୍ଲୀରେ ୫୦ ପ୍ରତିଶତ ପ୍ରାପ୍ତ ବୟସ୍କ ଡବଲ ଡୋଜ୍‌ ଟିକା ନେଇ ସାରିଲେଣି । ସେହିପରି ୯୦ ପ୍ରତିଶତ ବ୍ୟକ୍ତି ପ୍ରଥମ ଡୋଜ୍‌ ଟୀକା ନେଇଛନ୍ତି। ଦିଲ୍ଲୀରେ ଶୁକ୍ରବାର ରାତି ୮ଟା ସୁଦ୍ଧା ୪୨,୩୪୫ ଡୋଜ୍‌ର ଟିକାକରଣ ହୋଇଥିଲା। କିନ୍ତୁ ଏହା ମଧ୍ୟରୁ ୨୯,୫୯୩ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୭୫.୨୫ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି। ସେହିପରି ୧.୩୧ କୋଟି ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି। ଏଯାଏ ରାଜଧାନୀରେ ମୋଟ ୨,୦୬,୩୫,୮୩୬ ଡୋଜର ଟିକାକରଣ ହୋଇଛି। ଏଠାରେ ଟିକା ନେବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧.୫ କୋଟି।
ଏହା ମଧ୍ୟରୁ ୫୦% ଲୋକ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଛନ୍ତି। ଏହାର ଅର୍ଥ ପ୍ରତି ୨ ଜଣରେ ଜଣେ ଏବେ ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ମୋଟ ମୋଟ ଯୋଗ୍ୟ ହତାଧିକାରୀଙ୍କ ମଧ୍ୟରୁ ୮୭.୪% ଲୋକ ଅତି କମରେ ଟିକାର ଗୋଟିଏ ଡୋଜ୍‌ ନେଇସାରିଲେଣି।

Comments (0)
Add Comment