ଫିରୋଜପୁର ଜନସମାବେଶ ବାତିଲ :’ତୁମ ସିଏମ ଙ୍କୁ ଧନ୍ୟବାଦ କହିବା ପାଇଁ ମୁଁ ଜୀବିତ ବିମାନ ବନ୍ଦର ଯାଏ ଫେରି ଆସିଛି’: ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଫିରଜୋପୁରରେ କରିବାକୁ ଥିବା ଜନ ସମାବେଶକୁ ବାତିଲ କରି ଦିଆଯାଇଛି I ସୁରକ୍ଷାଗତ କାରଣରୁ ଏହି ଜନସମାବେଶ କୁ ବାତିଲ କରିଦିଆଯାଇଥିବା କଥା ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି I ପଞ୍ଜାବ ବିଜେପି ଏଥିଲାଗି ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ଇସ୍ତଫା ଦାବି କରିଛି।
କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଭଟିଣ୍ଡI ଯାଇଥିଲେ । ସେଠାରୁ ସେ ହେଲିକପ୍ଟରରେ ହୁସେନୀ ୱାଲାସ୍ଥିତ ଜାତୀୟ ଶହିଦ ସ୍ମାରକ ଯିବାର ଥିଲା। ତେବେ ବର୍ଷା ଓ ଭିଜିବିଲିଟି କାରଣରୁ ପ୍ରଧାନମନ୍ତ୍ରୀଙ୍କୁ ୨୦ ମିନିଟ୍‌ ଅପେକ୍ଷା କରିବାକୁ ପଡିଥିଲା। ହେଲେ ପାଗରେ ପରିବର୍ତ୍ତନ ନ ହେବାରୁ ପ୍ରଧାନମନ୍ତ୍ରୀ ସଡ଼କମାର୍ଗରେ ହୁସେନୀୱାଲା ଯିବାକୁ ଚାହିଁଥିଲେ। ସେହି ଅନୁସାରେ ତୁରନ୍ତ ବ୍ୟବସ୍ଥା କରାଯାଇଥିଲା।ପ୍ରଧାନମନ୍ତ୍ରୀ ସଡ଼କ ମାର୍ଗରେ ହୁସେନୀୱାଲା ଯିବା ଲାଗି ୨ ଘଣ୍ଟା ସମୟ ଲାଗି ଥାନ୍ତା। ଏଥିଲାଗି ପଞ୍ଜାବ ଡିଜିଙ୍କୁ କୁହାଯାଇ ତାଙ୍କ ସମ୍ମତି ଲୋଡା ଯାଇଥିଲା। ଏଥିରେ ସେ ମଧ୍ୟ ସହମତ ହୋଇଥିଲେ। ଏଣୁ ପ୍ରଧାନମନ୍ତ୍ରୀ ସଡକମାର୍ଗରେ ଯାତ୍ରା କରୁଥିବା ବେଳେ ହୁସେନୀୱାଲା ସହିଦ ସ୍ମାରକର ୩୦ କିଲୋମିଟର ପୂର୍ବରୁ ପଡୁଥିବା ଏକ ଫ୍ଲାଇଓଭର ନିକଟରେ ଚାଷୀଙ୍କ ପଟୁଆର ପ୍ରାଧନମନ୍ତ୍ରୀଙ୍କ ରାସ୍ତାରେ ଆସିଥିଲେ। ଏଣୁ ପ୍ରଧାନମନ୍ତ୍ରୀଙ୍କ ଗାଡି ରାସ୍ତାରେ ୧୫-୨୦ ମିନିଟ୍ କାଳ ଅଟକି ରହିବା ପରେ ସଠାରୁ ସିଧା ବଠିଣ୍ଡା ବିମାନ ବନ୍ଦରକୁ ଫେରିଯାଇଥିଲା।

ଏହି ଘଟଣାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ସୁରକ୍ଷାରେ ଗୁରୁତର ଅବହେଳା ବୋଲି କହିଛି। ପ୍ରଧାନମନ୍ତ୍ରୀଙ୍କ ଟ୍ରାଭେଲ ପ୍ଲାନ ସମ୍ପର୍କରେ ପଞ୍ଜାବ ସରକାରଙ୍କୁ ଅନେକ ପୂର୍ବରୁ ଜଣାଇ ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି, ବ୍ୟବସ୍ଥା କରାଯିବାର ଥିଲା। ଏହା ଛଡା ଆକସ୍ମିକତାକୁ ଧ୍ୟାନରେ ରଖି ମଧ୍ୟ ପ୍ରସ୍ତୁତ ରହିବାର କଥା। ହେଲେ ପଞ୍ଜାବ ସରକାରଙ୍କ ପକ୍ଷରୁ ଏପରି କୌଣସି ପଦକ୍ଷେପ ନିଆଯାଇନଥିଲା ବୋଲି ଗୃହମନ୍ତ୍ରାଳୟ କହିଛନ୍ତି। ଯାହାକି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏକ ବଡ ଭୁଲ ବୋଲି କୁହାଯାଇଛି।ଏଣୁ ରାଜ୍ୟ ସରକାରଙ୍କୁ ଜବାବ ତଲବ କରାଯାଇଥିବା ବେଳେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ଯେଉଁଥିରା କାହାଲାଗି ଏତେବଡ଼ ବ୍ୟତିକ୍ରମ ଘଟିଲା ତାଙ୍କ ସମ୍ପର୍କରେ ମଧ୍ୟ ଜଣାଇବାକୁ କୁହାଯାଇଛି। ଯାହା ଦ୍ୱାରା ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି କହିଛନ୍ତି। ସେପଟେ ପଞ୍ଜାବ ପ୍ରଦେଶ ବିଜେପି ସଭାପତି ଅଶ୍ୱିନୀ ଶର୍ମା ପ୍ରଧାନମନ୍ତ୍ରୀ ପଞ୍ଜାବ ଆସି ପ୍ରଦେଶର ଲୋକଙ୍କୁ ପ୍ୟାକେଜ ଦେବାକୁ ଚାହୁଁଥିଲେ। ହେଲେ ତାଙ୍କ ଗସ୍ତକୁ ଭଣ୍ଡୁର କରିଦିଆଯାଇଛି। ତାଙ୍କୁ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ମଧ୍ୟ ଆସିବାକୁ ଦିଆଯାଇନି। ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦିଆଗଲା ନାହିଁ। ଏଣୁ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ଇସ୍ତଫା ଦେବା ଜରୁରି ବୋଲି କହିଛନ୍ତି।

Comments (0)
Add Comment