ଫେଙ୍ଗ୍ ଶୁଇ ଟିପ୍ସ: ଘରର ମୁଖ୍ୟ ଦ୍ୱାରକୁ ଏହିପରି ରଖନ୍ତୁ, ଭାଗ୍ୟ ହେବ ଉଜ୍ଜ୍ୱଳ

ଭାରତୀୟ ବାସ୍ତୁ ଶାସ୍ତ୍ର ତଥା ଚାଇନିଜ୍ ମାନଙ୍କର ଫେଙ୍ଗ ଶୁଇ ରେ ମଧ୍ୟ ଘର ଏବଂ ମୁଖ୍ୟ ଦ୍ୱାର ବିଷୟରେ ବିଶେଷ ଦୃଷ୍ଟି ଦିଆଯାଇଥାଏ I ଏହା ସହିତ ଘରର ସକାରତ୍ମକ ପରିବେଶ ଓ ଶୁଭ ଫଳ ପାଇଁ କିଛି ବିଶେଷ ବିଧି ବିଧାନ କୁ ପାଳନ କରାଯାଇଥାଏ I

ଯଦି ଘରେ ବହୁ ପରିଶ୍ରମ ପରେ ମଧ୍ୟ ଆର୍ଥିକ ସ୍ଥିତିରେ ସୁଧାର ଆସୁନାହିଁ,କିମ୍ବା ଘରୋଇ ପରିବେଶ ରେ ସୁଧାର ଆସିପାରୁନାହିଁ ତେବେ ଏପରି ପରିସ୍ଥିତିରେ ଫେଙ୍ଗ୍ ଶୁଇ ବାସ୍ତୁ ଟିପ୍ସ ପାଳନ କଲେ ଘରେ ସକାରାତ୍ମକ ପରିବେଶ ଦେଖାଦେଇଥାଏ I ତେବେ ଘରର ମୁଖ୍ୟ ପ୍ରବେଶ ପଥ ପାଇଁ କେଉଁ ଫେଙ୍ଗ୍ ଶୁଇ ପଦ୍ଧତି ଗ୍ରହଣ କରାଯାଇପାରେ ଆସନ୍ତୁ ଜାଣିବା :

ଫେଙ୍ଗ୍ ଶୁଇ ଅନୁଯାୟୀ, ଯଦି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଏକ ସ୍ତମ୍ଭ ବା ଖୁଣ୍ଟ ରହୁଛି , ଏଥିରେ ବାସ୍ତୁ ଜନିତ ତ୍ରୁଟି ଦେଖାଯାଇଥାଏ I ଏପରି ପରିସ୍ଥିତିରେ, ଏହାକୁ ଭାଙ୍ଗିବା ପରିବର୍ତ୍ତେ, ଏକ ଖୁଣ୍ଟ ର ଉପର ଭାଗ ରେ ଏକ ଦର୍ପଣ ଲଗାଇଦେଲେ ଏହା ଦ୍ୱାରା ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରି ନ ଥାଏ I

ଫେଙ୍ଗ୍ ଶୁଇ ଅନୁଯାୟୀ, ଘରର ମୁଖ୍ୟ ପ୍ରବେଶ ଦ୍ୱାର ଏପରି ହେବା ଉଚିତ୍ ଯେମିତି ସଠିକ ଭାବରେ ଆଲୁଓ ଏବଂ ବାୟୁ ଚଳପ୍ରଚଳ ହେଇ ପାରୁଥିବ I ଏହା ସହିତ ଘରର ମୁଖ୍ୟ ପ୍ରବେଶ ପଥ ନିକଟରେ କୌଣସି ଗ୍ୟାରେଜ୍ କିମ୍ବା ମୁହାଁ ମୁହିଁ ହୋଇ ଅନ୍ୟ ପ୍ରବେଶ ଦ୍ୱାର ରହିବା ଉଚିତ୍ ନୁହେଁ I

ଯଦି ଘରର ମୁଖ୍ୟ ଦ୍ୱାର କବାଟ ଖୋଲିବା ସମୟରେ ଶବ୍ଦ କରୁଛି, ତେବେ ଏହାକୁ ତୁରନ୍ତ ଠିକ୍ କବ୍ଜାରେ ତେଲ ଦିଅନ୍ତୁ I ଏହାର କାରଣ ହେଉଛି ଯେତେବେଳେ ମୁଖ୍ୟ ଦ୍ୱାରରେ ଶବ୍ଦ ଆସେ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ I

ଘରେ ସକରାତ୍ମକ ଶକ୍ତି ବଜାୟ ରଖିବା ପାଇଁ ପ୍ରତିଦିନ ଘରର ମୁଖ୍ୟ ଦ୍ୱାର ସଫା କରି ଝୋଟି ,ମୁରୁଜ କିମ୍ବା ହଳଦୀରେ ସ୍ୱସ୍ତିକ ଆଂକନ୍ତୁ I ଏହା ଦ୍ୱାରା ଘରେ ଆର୍ଥିକ ସ୍ଥିର ସୁଧାର ଆସିଥାଏ I ଯଦି ଆବଶ୍ୟକ ହୁଏ, ଆପଣ ଏହାକୁ ରଙ୍ଗ ମଧ୍ୟ କରିପାରିବେ I

ଘରର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ I ଅଳିଆ ,ଆବର୍ଜନା,ଝାଡୁ କିମ୍ବା ଡଷ୍ଟବିନ ଆଦି ରଖନ୍ତୁ ନାହିଁ I ଆହୁରି ମଧ୍ୟ, ଘରେ ପ୍ରବେଶ କରିବା ପୂର୍ବରୁ ଜୋତା ଏବଂ ଚପଲ ଦ୍ୱାର ମୁହଁ ନିକଟରେ ରଖନ୍ତୁ ନାହିଁ I

ବାସ୍ତୁ ଶାସ୍ତ୍ର ନିୟମ ଅନୁଯାୟୀ, ମୁଖ୍ୟ ଦ୍ୱାର ଏବଂ ପଛ ଦ୍ୱାର କଦାପି ସିଧା ଲାଇନରେ ରହିବା ଉଚିତ୍ ନୁହେଁ I ତା ସହିତ ଦ୍ୱାର ମୁହଁ ସିଧାରେ ଏକା ସାଙ୍ଗେ ୩ ଟି ଦ୍ୱାର ରଖନ୍ତୁ ନାହିଁ I ଏ ଭଳି ହେଲେ ଘରେ , ନକାରାତ୍ମକ ଶକ୍ତି ପ୍ରବେଶ କରିବା ସହିତ ଘରର ଆର୍ଥିକ ପରିସ୍ଥିତି ବିଗିଡି ଥାଏ I

ଯଦି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ରୋଷେଇ ଘର ଅଛି, ତେବେ ଆପଣ ମୁଖ୍ୟ ଦ୍ୱାରରେ ଏକ ସ୍ଫଟିକ୍ ବଲ୍ ଟାଙ୍ଗି ଦିଅନ୍ତୁ I ଏହା ସହିତ ପ୍ରତିଦିନ ସକାଳେ ଘର ଝାଡୁ ପୋଛା ସାରି ଦ୍ୱାର ମୁହଁ ରେ ଗଙ୍ଗା ପାଣି ,ଗୋବର ମିଶା ପାଣି ନଚେତ ହଳଦୀ ପାଣି ଛିଞ୍ଚନ୍ତୁ I