ଫେବୃଆରୀ ଗାଇଡ଼ ଲାଇନ :ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାନୁଷ୍ଠାନ ରେ ସରସ୍ବତୀ ପୂଜାକୁ ଅନୁମତି

ରାଜ୍ୟରେ ଏଇ ଗୋଟିଏ ସପ୍ତାହ ମଧ୍ୟରେ କରନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି I ଏହାକୁ ଦୃଷ୍ଟିରେ ରଖି ଗାଇଡଲାଇନ କୁ କୋହଳ କରିଛନ୍ତି ରାଜ୍ୟ ସରକାର I ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃଆରୀ ମାସର ଗାଇଡ୍ ଲାଇନ୍। ପ୍ରଥମେ ନାଇଟ କର୍ଫ୍ୟୁ କୁ ୧ ଘଣ୍ଟା କୋହଳ କରି ରାତି ୯ ଟା ପରିବର୍ତ୍ତେ ୧୦ ଟାରୁ ଲାଗୁ କରାଯାଇ ସକାଳ ୫ ପର୍ଯ୍ୟନ୍ତ କରାଯାଇଛି I ସେହିପରି ଫେବୃଆରୀ ମାସରେ ରାତି ୧୦ଟା ଯାଏ ଦୋକାନ, ବଜାର ଖୋଲା ରହିବ। ସକାଳ ୫ଟାରୁ ରାତି ୧୦ ଟାଏ ସମସ୍ତ ପ୍ରକାର ଦୋକାନ, ମଲ୍, ଶପିଂ କମ୍ପ୍ଲେକ୍ସ, ମାର୍କେଟ/ହାଟ, ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର୍, ଆସେମ୍ବଲୀ ହଲ୍ ଖୋଲା ରହିବ। ସେହିପରି ନୂଆ ଗାଇଡଲାଇନରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି। ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା କରାଯାଇ ପାରିବ। ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କୌଣସି ସ୍ଥାନରେ ସରସ୍ୱତୀ ପୂଜା ହୋଇପାରିବ ନାହିଁ। ରାଜ୍ୟ ସରକାର ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ ପାଇଁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ସରସ୍ୱତୀ ପୂଜାରେ ସମୂହ ଭୋଜି ଓ ମନୋରଂଜନ କାର୍ଯ୍ୟକ୍ରମ କରିବାକୁ ମନା କରାଯାଇଛି।
ସେହିପରି ମାଘ ସପ୍ତମୀ ଓ ମାଘ ପୂର୍ଣ୍ଣିମା ମନା କରାଯାଇଛି। ନଦୀ ଘାଟ, ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ା ମନା ଯାଇ ପାରିବ ନାହିଁ। ମନ୍ଦିର ପରିସରରେ ବିନା ଭକ୍ତରେ ମାଘ ସପ୍ତମୀ ଓ ମାଘ ମେଳାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।ଏହା ସହିତ ସବୁ ସରକାରୀ ଅଫିସ କୋଭିଡ୍‌ କଟକଣାରେ ଶତ ପ୍ରତିଶତ କର୍ମଚାରୀରେ ଚାଲିବ । ବିବାହ, ବ୍ରତଘର ଓ ଶୁଦ୍ଧି କ୍ରିୟାରେ ପୂର୍ବଭଳି କଟକଣା ବଳବତ୍ତର ରହିବ । ବିବାହରେ ସର୍ବାଧିକ ୧୦୦ ଓ ଶୁଦ୍ଧିକ୍ରିୟାରେ ୫୦ ଜଣ ସାମିଲ ହେବେ । ଶିକ୍ଷାନୁଷ୍ଠାନ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି ।

Comments (0)
Add Comment