ଡରାଇଲାଣି କରୋନା , ସରକାର ନେବେ ବଡ଼ ନିଷ୍ପତି !

ଦେଶରେ କରୋନା ସଂକ୍ରମଣ ବଢ଼ୁବାରେ ଲାଗିଛି । ମେ’ ମଧ୍ୟଭାଗ ସୁଦ୍ଧା ଶୀର୍ଷ ଛୁଇଁବ କୋରନା । ଏକ ଗାଣିତିକ ମଡେଲ ଅନୁଯାୟୀ ଏହି ଆକଳନ କରାଯାଇଛି । ମେ’ ବେଳକୁ ଦେଶରେ ଦୈନିକ ସଂକ୍ରମଣ ୫୦ ହଜାରରୁ ୬୦ ହଜାର ଥିବ ବୋଲି ଆକଳନ କରାଯାଇଛି । କିନ୍ତୁ ସପ୍ତାହକ ପରେ ଉକ୍ତ ପ୍ରସଙ୍ଗରେ ସଠିକ୍ ଆକଳନ କରାଯାଇପାରିବ ।

ଆଇଆଇଟି କାନପୁର ପ୍ରଫେସର ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଁ ୨ଟି କାରଣ ଦର୍ଶାଇଛନ୍ତି । ରୋଗ ପ୍ରତିରୋଧକ ଶକ୍ତି ୫ ପ୍ରତିଶତ କମିଯାଇଥିବାରୁ ସଂକ୍ରମଣ ବଢ଼ୁଛି ଏବଂ ଦ୍ୱିତୀୟ କାରଣ ହେଉଛି କରୋନାର ନୂଆ ପ୍ରଜାତି ଯାହା କି ଅତି ଦ୍ରୁତ ଗତିରେ ବ୍ୟାପୁଛି ।

ତେବେ ସଂକ୍ରମଣ ବଢ଼ିଲେ ସୁଦ୍ଧା ଲକ୍ଷଣ ଖୁବ୍ କମ୍ ରହିବ । କେବଳ ଥଣ୍ଡା ଓ କାଶ ହେବ । ଘରେ ରହି ଏହାର ଚିକିତ୍ସା କରିହେବ ।

NATIONALODISHA