ଭୟଭୀତ କଲା ‘ଜିକା’ ଭାଇରସ ୧୪ ସଂକ୍ରମିତ ହେଲେ ଚିହ୍ନଟ

ଦେଶକୁ ମାଡି ଆସିଲାଣି ଆଉ ଏକ ଭାଇରସ I ଏକା ଥରକେ ୧୪ ଜଣ ଙ୍କୁ ସଂକ୍ରମିତ କରି ଭୟ ସୃଷ୍ଟି କରିସାରିଲାଣି I ଏହି ସଂକ୍ରମିତ ଙ୍କ ମଧ୍ୟରେ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବା ଜଣାପଡିଛି। ଏହି ନୂଆ ଭାଇରସ ହେଉଛି ‘ଜିକା’ଭାଇରସ Iଉତ୍ତର ପ୍ରଦେଶର କାନପୁରରେ ଖୁବ ଦ୍ରୁତ ଗତିରେ ବଢ଼ି ଚାଲିଛି ଜିକା ଭାଇରସ ମାମଲା। ଏଠାରେ ନୂଆ ୧୪ ଜଣ ସଂକ୍ରମିତଙ୍କୁ ମିଶାଇ ମୋଟ ଜିକା ଭାଇରସରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ସେପଟେ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟର ଡିଏମ୍‌, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ବୈଠକ ପାଇଁ ଡାକିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି।
ସୂଚନା ମୁତାବକ, କାନପୁରରେ ପ୍ରଥମେ ନଭେମ୍ବର ୧ ତାରିଖରେ ଜିକା ଭାଇରସର ୬ଟି ମାମଲା ସାମ୍ନାକୁ ଆସିଥିଲା। କାନପୁରର ଚକେରୀ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଥିଲା। ଏହି ୬ ଜଣଙ୍କ ମଧ୍ୟରୁ ୪ ଜଣ ମହିଳା ଥିଲେ।
ଅନ୍ୟପଟେ ଜିକା ଭୂତାଣୁର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମାମଲାକୁ ଦେଖି ପ୍ରଶାସନ ମଧ୍ୟ ଆକ୍ସନ ମୋଡକୁ ଆସିଛି। ସମସ୍ତ ରୋଗୀମାନେ କାଶିରାମ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜିକା ପାଇଁ ଏଠାରେ ଏକ ଅଲଗା ୱାର୍ଡ ପ୍ରସ୍ତୁତ କରାଯାଇଛି।
ଜିକା ଭାଇରସ୍ ଏଡିସ୍‌, ଏଜିପ୍ଟି ଓ ଅନ୍ୟ ମଶାଙ୍କ ଠାରୁ ବ୍ୟାପୀ ଥାଏ। ଏହି ମଶାଗୁଡ଼ିକ ଦ୍ୱାରା ଚିକନଗୁନିଆ ଓ ଡେଙ୍ଗୁ ମଧ୍ୟ ବ୍ୟାପୀ ଥାଏ। ଜିକା ଭାଇରସର ଲକ୍ଷଣ ଡେଙ୍ଗୁ ଭଳି। ଜ୍ୱର ହେବା ସହ ଶରୀରରେ ଲାଲା ଦାଗ ପଡିବା ଏବଂ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା ସବୁ ଜିକା ଭାଇରସର ଲକ୍ଷଣ। ଏହି ‘ଜିକା’ ଭାଇରସ ର ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରମୁଖ ପଦକ୍ଷେପ ନିଆଯାଉଛି ବୋଲି କାନପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Comments (0)
Add Comment