ପାରିବାରିକ କଳହ ର କରୁଣ ପରିଣତି : ପୁଅ କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ବାପା

ପାରିବାରିକ କଳହ ର କରୁଣ ପରିଣତି I ରାସ୍ତା ମଝିରେ ପୁଅକୁ ଟାଙ୍ଗିଆ ରେ ହାଣି ହତ୍ୟା କରିବା ପରେ ଘର ଭିତରେ ବାପା ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗୁରୁବାର ବିଳମ୍ବିତ ରାତିରେ ଏପରି ଏକ ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡ଼ାରେ ଘଟିଛି I ମୃତ ବାପପୁଅଦ୍ୱୟ ହେଲେ ନକୁଲ ରାଉତ ଓ ତାଙ୍କ ପୁଅ ଶୋଭିତ ରାଉତ।
ସୂଚନାନୁସାରେ ୧୪ ବର୍ଷ ତଳେ ପୁଅ ଶୋଭିତ ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ କରିଥିଲା । ସେହି ବିବାହକୁ ନେଇ ପରିବାରରେ ଅସନ୍ତୋଷ ଲାଗି ରହୁଥିଲା । ସେହିଦିନଠାରୁ ବାପ-ପୁଅ ମଧ୍ୟରେ ସମ୍ପର୍କ ଠିକ୍ ଠାକ୍ ନଥିବା ବେଳେ ପ୍ରାୟ ସମୟରେ ପାଟିତୁଣ୍ଡ ମଧ୍ୟ ହେଉଥିଲା । ଘଟଣା ଘଟିବା ଦିନ ଘରେ ଭୋଜି ହୋଇଥିଲା ଏହାପରେ ପୁରୁଣା କଥାକୁ ନେଇ ବଚସା ହେବା ପରେ ଉତ୍ତ୍ୟକ୍ତ ହୋଇ ନକୁଳ ପୁଅ ଶୋଭିତ ର ମୁଣ୍ଡକୁ ଟାଙ୍ଗିଆ ଆକ୍ରମଣ କରିଥିଲେ । । ପରେ ପୁଅର ମୃତ୍ୟୁକୁ ନେଇ ଘରେ କାନ୍ଦ ବୋବାଳି ହେବାରୁ ମାନସିକ ଭାରସାମ୍ୟ ହରାଇ ବାପା ଘର ଭିତରେ ଆସି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ଧରମବନ୍ଧା ଥାନାରେ ଏକ ମାମଲା ରୁଜୁ କରି ବାପା-ପୁଅଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଧରମବନ୍ଧା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।