ଖସୁଛି ସଂକ୍ରମଣ କମୁନି ମୃତ୍ୟୁ ହାର :ରାଜ୍ୟରୁ ୧୪୯୭ ସଂକ୍ରମିତ ଚିହ୍ନଟ, ୨୦ ମୃତ

ରାଜ୍ୟରେ କରୋନା ସଂକ୍ରମଣ ହାର କମି କମି ଯାଉ ଥିବାବେଳେ ମୃତ୍ୟୁ ସଂଖ୍ୟା ରେ କିନ୍ତୁ ବ୍ରେକ ଲାଗି ପାରୁ ନାହିଁ I ଗତ ୨୪ ଘଣ୍ଟା ମଧ୍ୱର୍ରେ ରାଜ୍ୟରୁ ୧୪୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ କରୋନା ସଂକ୍ରମଣ ରେ ୨୦ ଜଣଙ୍କ ର ମୃତ୍ୟୁ ହୋଇଛି I ମୃତକ ମାନେ ଭୁବନେଶ୍ୱରରୁ ୬ ଜଣ, କଳାହାଣ୍ଡିରୁ ୪ ଜଣ, କଟକରୁ ୩ ଜଣ, ଜଗତସିଂହପୁରରୁ ୨ ଜଣ,ନୟାଗଡ଼ରୁ ୨ ଜଣ, କେନ୍ଦ୍ରାପଡ଼ା, ରାୟଗଡ଼ା, ଯାଜପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହି ଭଳି ସଂକ୍ରମିତ ଙ୍କ ମଧ୍ୟରୁ ସଙ୍ଗରୋଧରୁ ୮୭୪ ଓ ସ୍ଥାନୀୟ ଅଞ୍ଚଳରୁ ୬୨୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୨୮୩ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୩୦୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୩୭ ହଜାର ୯୭୬ ରହିଥିବା ବେଳେ ୨୧ ହଜାର ୫୨୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୮୩୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୫୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୩୭୯୭୬ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୦୪୩୬୧୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Comments (0)
Add Comment