ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ I ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୦୧୮ ସେପ୍ଟେମ୍ବର ମାସରେ ଜଗତସିଂହପୁର ଜିଲ୍ଲାର ପାରଦୀପ ବିଜେଡି ବିଧାୟକ ଦାମୋଦର ରାଉ ତଦଳରୁ ବହିଷ୍କୃତ ହୋଇଥିଲେ I ଦାମ ରାଉତଙ୍କ ଉପରୁ ବହିଷ୍କାର ହଟାଯିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପୁଅ ସମ୍ବିତ ରାଉତରାୟ ।

ସାତଥର ବିଧାୟକ ହୋଇଥିବା ଡାକ୍ତର ଦାମୋଦର ରାଉତ ୧୯୭୭ ମସିହାରେ ଜନତା ଦଳରୁ ପ୍ରଥମେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଇ ପରେ ୨୦୦୦ରୁ ୨୦୧୯ ଯାଏଁ ବିଜେଡିରୁ ନିର୍ବାଚିତ ହୋଇଥିଲେ ମଧ୍ୟ ତାଙ୍କର ବିବାଦୀୟ ବୟାନ ପାଇଁ ୨୦୧୮ ସେପ୍ଟେମ୍ବରରୁ ଦଳରୁ ବହିଷ୍କୃତ ହୋଇଥିଲେ I

ଡାକ୍ତର ଦାମୋଦର ରାଉତ ବ୍ରାହ୍ମଣ ବିବାଦକୁ ନେଇ ପ୍ରଥମେ ମନ୍ତ୍ରୀପଦ ହରାଇଥିଲେ। ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ବିଜେପିରୁ ପରାଜିତ ହେବା ପରେ ଦାମ ବିଜେପି ଛାଡ଼ି ପୁଣିଥରେ ବିଜେଡିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏପରିକି ବିଜେପିରେ ଯୋଗ ଦେଇ ଭୁଲ କରିଥିଲି ବୋଲି ଖୋଲାଖୋଲି କହିଥିଲେ।

ବିଜେଡିରେ ଯୋଗ ଦେବାକୁ ଦାମ ଚାହିଁଥିଲେ ମଧ୍ୟ ସବୁଜ ସଂକେତ ଦେଇନଥିଲେ ନବୀନ। ତେବେ ନିର୍ବାଚନ ପୂର୍ବରୁ ଦାମଙ୍କୁ ପୁଣିଥରେ ଦଳରେ ଲୋଡିଛନ୍ତି ବିଜେଡି ସୁପ୍ରିମୋ।

ସେପଟେ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ ସମ୍ବିତ ରାଉତରାୟ। ସେ କହିଛନ୍ତି, ବାପା ଏବେ ହସ୍ପିଟାଲରେ ଅଛନ୍ତି, ବହିଷ୍କାର ଆଦେଶ ଜାଣି ସେ ବହୁତ ଖୁସି ହେବେ। ବହିଷ୍କାର ଆଦେଶ ପରେ ବାପା ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ବହିଷ୍କାର ଆଦେଶ ତାଙ୍କୁ ବହୁତ କଷ୍ଟ ଦେଇଥିଲା। ଏନେଇ ଟିକେ କହିବାକୁ ମୋତେ ବାରମ୍ବାର କହୁଥିଲେ ବୋଲି କହିଛନ୍ତି ସମ୍ବିତ ।