ଓଡ଼ିଶାରେ ସୁନା ଖଣିର ସନ୍ଧାନ – ମନ୍ତ୍ରୀ

ଭୁବନେଶ୍ବର : ଓଡିଶାରେ ସୁନା ଖଣିର ସନ୍ଧାନ ମିଳିଛି। ଆଜି ବିଧାନସଭା ପ୍ରଶ୍ନକାଳ ସମୟରେ କଂଗ୍ରେସ ନେତା ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖି ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, ଦେବଗଡ ଜିଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଛି । ଜିଏସଆଇ ଦ୍ୱାରା ତମ୍ବାପଥର ଅନ୍ୱେଷଣ ବେଳେ ସୁନା ସନ୍ଧାନ ମିଳିଛି । GIS ଦ୍ୱାରା ତମ୍ବାପଥର ଅନୁସନ୍ଧାନ ବେଳେ ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ୱିକ ଆକଳନରୁ ଜଣାପଡିଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।