ଆଜି ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍ !

୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବିଲ୍ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରିବେ । ଏହା ପୂର୍ବରୁ କେତେକ ପ୍ରମୁଖ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବା ପରେ ବୁଧବାର ୨୫ଟି ବିଭାଗର ଖର୍ଚ୍ଚ ଦାବି ଗିଲୋଟିନରେ ପାରିତ ହୋଇଛି ।

ଆସନ୍ତା ଆର୍ôଥକବର୍ଷ ସକାଶେ ରାଜ୍ୟ ସରକାର ୨ ଲକ୍ଷ ୩୦ ହଜାର କୋଟିର ବଜେଟ ପ୍ରସ୍ତୁତ କରିଛନ୍ତି । ଗତ ଆର୍ôଥକବର୍ଷ ତୁଳନାରେ ବଜେଟର ଆକାର ୩୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ବଜେଟରେ ସ୍ୱାସ୍ଥ୍ୟ, କୃଷି, ଶିକ୍ଷା, ପାନୀୟ ଜଳ, ମିଶନ ଶକ୍ତି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଭିତ୍ତିଭୂମି ଉନ୍ନୟନ, ଜନଜାତି ବିକାଶ, ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତାବର୍ଷ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ।

ଏହାକୁ ଯୁବ, ମହିଳା, ଚାଷୀ, ଉଦ୍ୟୋଗୀ, ଏସ୍‌ସି/ଏସ୍‌ଟି ବର୍ଗଙ୍କୁ ଆକୃଷ୍ଟ କରିବାକୁ ବଜେଟରେ ମାଳମାଳ ନୂଆ ଯୋଜନା କରାଯାଇଛି । ରାଜ୍ୟ ସରକାର ବଜେଟରେ ୨୪ଟି ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି । ସେଥିରେ ୮ଟି ମୁଖ୍ୟମନ୍ତ୍ରୀ ଯୋଜନା ରହିଛି । ଏ ସମସ୍ତ ଯୋଜନା ପାଇଁ ବଜେଟରେ ୭ ହଜାର ୪୦୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।